ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫ ଦିନିଆ ସ୍ୱାସ୍ଥ୍ୟ ଆମ୍ବାସଡର ତାଲିମ୍ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ୫ ଦିନିଆ ସ୍ୱାସ୍ଥ୍ୟ ଆମ୍ବାସଡର ତାଲିମ୍ କାର୍ଯ୍ୟକ୍ରମ ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଷଷ୍ଠ ଫେଜ଼ରେ ମାର୍ଚ୍ଚ ମାସ ୧ ତାରିଖ ତଥା ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋତି ର୍ମୟୀ ନାଥ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଶ୍ରୀମତୀ ନାଥ ତାଙ୍କ ବକ୍ତବ୍ୟରେ ସ୍ୱାସ୍ଥ୍ୟ ସହିତ ଶିକ୍ଷା ଜଡ଼ିତ ଥିବାରୁ ଏହାକୁ ବିଦ୍ୟାଳୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତବନ୍ଧୁ ହରିହର ସାହୁ ଯୋଗଦାନ କରି, ଏହି କାର୍ଯ୍ୟକ୍ରମ ଆରମ୍ଭ ଛାତ୍ରଛାତ୍ରୀମାନଙ୍କ ପାଇଁ ନିହାତି ଦରକାର ବୋଲି କହିଥିଲେ । ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଶିକ୍ଷକ ସମାଜ ଛାତ୍ରଛାତ୍ରୀମାନଙ୍କୁ ଭଲ ଭାବି ନାଗରିକ ଭାବେ ଗଢି ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୋଇ ପାରିବ ବୋଲି କହିଥିଲେ, ଏଣୁ ଆମ୍ଭେମାନେ ଏହାକୁ ଶତ ପ୍ରତିଶତ କାର୍ଯ୍ୟ କାରି ଜନ ମାନସରେ ଆଦୃତ ହୋଇ ପାରିବ ବୋଲି କହିଥିଲେ । ସାଧନ କର୍ମୀ ରୂପେ ଆୟୁଷ ଡାକ୍ତର ମିହିର ପାଣିଗ୍ରାହୀ, ଶିକ୍ଷକ ବିଶ୍ବନାଥ ମାଝୀ ଓ ସଞ୍ଜୟ କୁମାର ପରିଡ଼ା ଯୋଗଦାନ କରିଥିଲେ ଓ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ପାଞ୍ଚ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିଲେ । ତିରିଶି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ତିନି ଜଣ ସାଧନ କର୍ମୀଙ୍କ ଦ୍ଵାରା ତାଲିମ୍ କାର୍ଯ୍ୟକ୍ରମ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।