ଶ୍ରୀ ଶ୍ରୀ ଶ୍ରୀ ସପନେଶ୍ୱର ମହାଦେବଙ୍କ ପ୍ରତିଷ୍ଠା ଉତ୍ସବ ଅବସରରେ ଶୁଭଖୁଣ୍ଟି ସ୍ଥାପନ…

ସାନଖେମୁମୁଣ୍ଡି(ସମୃଦ୍ଧ ଓଡିଶା)ସାନଖେମୁମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ଗ୍ରାମ ପଂଚାୟତ ଅଧୀନସ୍ଥ ତାଳପୁର ଗ୍ରାମରେ ଆଜି ମହାଡମ୍ବରରେ ଶ୍ରୀ ଶ୍ରୀ ଶ୍ରୀ ସପନେଶ୍ୱର ମହାଦେବଙ୍କ ପ୍ରତିଷ୍ଠା ଉତ୍ସବ ଅବସରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଆଖ ପାଖ ଅଞ୍ଚଳରେ ତଥା ଗୋକର୍ଣମେରି, ପେଣ୍ଡୁରାଖାଳି ଓ ତାଳପୁର ଆଦି ଗ୍ରାମ୍ ପରିଭ୍ରମଣ କରିବା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଘଣ୍ଟ, ମୁର୍ଦୁଙ୍ଗ , ତୁରୀ,ଶଙ୍ଖ ଓ ମହିଳାମାନଙ୍କ ହୁଳହୁଳି ଧ୍ୱନିରେରେ ମହେଦେବଙ୍କ ନଗର ପରିକ୍ରମା ପ୍ରକମ୍ପିତ ହୋଇ ଉଠୁଥିଲା । ମୁଖ୍ୟ ଅତିଥି ଶ୍ରୀ ବୀରକିଶୋର ଦେବ (ପୋଡାମାରୀ ଯୁବ ରାଜା),ପଣ୍ଡିତ ଶ୍ରୀ ବିରୂପାକ୍ଷ ସାମନ୍ତରାୟ ,ଶ୍ରୀ ଅର୍ଜୁନ ପଣ୍ଡା, ଗ୍ରାମର ଶ୍ରୀ ଗଣେଶ ଚନ୍ଦ୍ର ନାୟକ, କଂଗ୍ରେସ ସାହୁ, ଗଙ୍ଗାଧର ନାୟକ,ରାଜେନ୍ଦ୍ର ନାୟକ, ଗୋପୀ ନାୟକ, ବିଜୟ କୁମାର ଚୌଧୁରୀ, ନରେଶ ପ୍ରଧାନ, ସୁନୀଲ ଗୌଡ଼ ଓ ଗ୍ରାମବାସୀବୃନ୍ଦ ଏବଂ ଗ୍ରାମର ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ