ଶ୍ରବଣ ସେବା ଅନୁଷ୍ଠାନ ପକ୍ଷରୁ ଆଦର୍ଶ ଶିକ୍ଷକଙ୍କୁ କରୋନା ଯୋଦ୍ଧା ସମ୍ନାନ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କୋଦଳାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଶ୍ରବଣ ସେବା ଅନୁଷ୍ଠାନ ପକ୍ଷରୁ ସାନଖେମୁଣ୍ଡି ବ୍ଲକ ପୋଡାମାରି ଗ୍ରାମର ଆଦର୍ଶ ଶିକ୍ଷକ ସଦାଶିବ ପାଢ଼ୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧନା କରାଯାଇଛି l ପ୍ରବାସୀମାନଙ୍କୁ କରୋନା ସମ୍ବଦ୍ଧିୟ ସଚେତନତା କରି ଶ୍ରୀ ପାଢ଼ୀ ଚର୍ଚ୍ଚାକୁ ଆସିଥିଲେ ଏବଂ ଗୁରୁ ଦିବସରେ ଗ୍ରାମ ଶ୍ୱାସନ ଘାଟ ସଫା ମଧ୍ୟ କରିଥିଲେ l ଏହି ସବୁ ଭଲ କାର୍ଯ୍ୟ କରି ଜିଲ୍ଲାରେ ପ୍ରଂଶସା ପାତ୍ର ସାଉଁଟିଥିଲେ l ତେଣୁ ଭଲ କାର୍ଯ୍ୟ ସକାଶେ କୋଦଳାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଶ୍ରବଣ ସେବା ଅନୁଷ୍ଠାନର ସ୍ଵେଚ୍ଛାସେବୀମାନେ ପୋଡାମାରି ଗ୍ରାମରେ ପହଞ୍ଚି ସେଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସଦାଶିବ ପାଢ଼ୀଙ୍କୁ କରୋନା ଯୋଦ୍ଧା ଭାବେ ମାନପତ୍ର ପ୍ରଦାନ କରିଥିଲେ l ଏଥିରେ ଶ୍ରବଣ ସେବା ଅନୁଷ୍ଠାନର ସ୍ଵେଚ୍ଛାସେବୀ ଓ ବିନାୟକ କଳା ସଂସଦର ଯୁବକ ସହ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା