ଶ୍ମଶାନର ପାରିପାର୍ଶ୍ଵିକ ଉନ୍ନତି ପାଇଁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ ପାଲିଆ ଛତ୍ରପୁର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶ୍ମଶାନର ପାରି ପାର୍ଶ୍ଵିକ ଉନ୍ନତି କରଣ ପାଇଁ ସ୍ଥାନୀୟ ବାସିନ୍ଦା ଓ ବିଜେଡ଼ି ନେତୃବୃନ୍ଦମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଶ୍ମଶାନଟି ରିକାପଲ୍ଲୀ ମୌଜା ଅଧୀନରେ ହୋଇଥିବା ହେତୁ ସହରର ୮୦ ପ୍ରତିଶତ ଲୋକ ଏହି ଶ୍ମଶାନ ଉପରେ ନିର୍ଭର କରୁଛନ୍ତି l ତେଣୁ ଏହାର ପାରିପାର୍ଶ୍ଵିକ ଉନ୍ନତି ସହ ମୋଡେଲ ଶ୍ମଶାନରେ ପରିଣତ କରିବା ନିମନ୍ତେ ସେମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି l ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ଯୁବ ବିଜେଡି ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ବି. ରାଜିବାବୁ, ଏନ. ଗିରି ପ୍ରସାଦ ରାଓ, ବି. ଶ୍ରୀନିବାସ, ପପୁନ ବେହେରା, ଛାତ୍ର ବିଜେଡ଼ି ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ମାନେ ଏହି ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ରହିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା