ଶେରଗଡ଼ ବ୍ଲକରେ ୨୨ଟି କୋଭିଡ୍ କେୟାର ହୋମ୍…

ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ବ୍ଲକର ୨୨ଟି ପଞ୍ଚାୟତରେ ୨୨ଟି କୋଭିଡ୍ କେୟାର ହୋମ୍ କରାଯାଇଛି । ଏହି ହୋମ୍ ଗୁଡ଼ିକ ପଞ୍ଚାୟତର ରାଜୀବ ସେବାକେନ୍ଦ୍ର ସ୍ଥାପିତ ହୋଇଥିବା ବେଳେ ମହୁପଦର ସରପଞ୍ଚ ଓ ଶେରଗଡ଼ ପଞ୍ଚାୟତ ପାଇଁ ଆମ୍ବୁଆବାଡ଼ି ଠାରେ ଥିବା ସରକାରୀ ଗୃହରେ ଏହି ହୋମ୍ କରାଯାଇଛି । ଏହି ହୋମ୍ ଗୁଡିକରେ ୧୦ଜଣ ପ୍ରବାସୀ ରହିପାରିବେ । ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ବ୍ୟବସ୍ଥା କରାଇ ଗାଁ ଜିଲ୍ଲାପାଳ ମାନେ ଏଠାରେ ରହିବା ବ୍ୟବସ୍ଥା ଗ୍ରହଣ କରିବେ । ପ୍ରତି ହୋମ୍ ପାଇଁ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିବା ବ୍ୟବସ୍ଥା କରାଯାଇଛି ବୋଲି ଶେରଗଡ଼ ବିଡିଓ ସୁରଞ୍ଜନ ସାହୁ ସୂଚାନ ଦେଇଛନ୍ତି ।

ରିପୋର୍ଟ-ବିପ୍ଳବ ସେଠୀ