ଶିଶୁ ଶ୍ରମିକ ପ୍ରଥା ଓ ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ ନେଇ ଟାସ୍କଫୋର୍ସ କମିଟି ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିଶୁ ଶ୍ରମିକ ପ୍ରଥା ଓ ବାଲ୍ୟବିବାହପ୍ରଥା ଉଚ୍ଛେଦ ନେଇ ଗଞ୍ଜାମ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ଓ ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥ ଜିଲ୍ଲା ସମଗ୍ରଶିକ୍ଷା ସମ୍ମିଳନୀ ଗୃହରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ଆଲୋଚନା ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ସୁରକ୍ଷା ନେଇ ସମ୍ପୂର୍ଣ୍ଣ ତ୍ଵରାଣୀତ୍ୱ ଦିଗରେ କମିଟୀର ସମସ୍ତ ସଦସ୍ୟଙ୍କର ଯଥେଷ୍ଟ ଭୂମିକା ରହିବା ଜରୁରୀ ବୋଲି ମତପ୍ରକାଶ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ବିନୀତା ସେନାପତି, ଜିଲ୍ଲା ଶିଶୁସୁରକ୍ଷା କାର୍ଯ୍ୟାଳୟ ଅଧିକାରୀ, ଶରତ ଚନ୍ଦ୍ର ମହାରଣା, ଚାଇଲଡ଼ ଲାଇନ ଟିମ୍ ନିର୍ଦ୍ଦେଶକ ସୁଧୀର ସାବତ, ବ୍ରହ୍ମପୁରଜିଲ୍ଲା ଶ୍ରମଅଧିକାରୀ ବାବୁଲା ପାତ୍ର, ଛତ୍ରପୁର ଜିଲ୍ଲା ଶ୍ରମ- ଅଧିକାରୀ ନରେନ୍ଦ୍ର ଗଇପାଇ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, (ବାଲ୍ୟବିବାହ) ଦେବବ୍ରତ ମହନ୍ତ, କାର୍ଯ୍ୟକାରୀ ସଦସ୍ୟ ହରିହର ପାଢ଼ୀ, ଆଡଭୋକେଟ ସିଏଚ.ଜ୍ୟୋତି, ଜିଲ୍ଲା ସମ୍ମନୀତ୍ୱ ଶିଶୁବିକାଶ ଯୋଜନା ବିଭାଗର ସମସ୍ତ ସୁପରଭାଇଜର, ଏନଜିଓ ପ୍ରମୁଖ କର୍ମକର୍ତ୍ତା ଯୋଗଦେଇ କର୍ମଶାଳାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା