ଶିଶୁ ଯୌନ ନିର୍ଯ୍ୟାତନା ଓ ସୁରକ୍ଷା କର୍ମଶାଳା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସ୍ଥିତିରେ ଦେଶରେ ଶିଶୁ ସୁରକ୍ଷା ଲାଗି ୪୧ଟି ଆଇନ୍ ପ୍ରଣୟନ କରାଯାଇଛି । ମାତ୍ର ଏହା ଦୃଢଭାବେ କାର୍ଯ୍ୟକାରୀ ହେଉନଥିବାରୁ ନିର୍ଯ୍ୟାତନା ବଢି ଚାଲିଛି । ଦିଲ୍ଲୀର ନିର୍ଭୟା ନିର୍ଯ୍ୟାତନା ପରେ ସରକାର ଆଇନ୍‌କୁ କଡାକଡି କରିବା ସହିତ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କକ ସହାୟତାରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ଗ୍ରାମାଂଚଳରେ ଲୋକେ ସଚେତନ ନଥିବାରୁ ବାଳକ-ବାଳିକା ଓ ଅଭିଭାବକଙ୍କୁ ସଚେଚତନ କରିବାଲାଗି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ଜଳେଶ୍ୱର ବ୍ଲକ ସ୍ତରୀୟ ସଚେତନତା ଓ ପ୍ର୍ରଶିକ୍ଷଣ କାର୍ଯ୍ୟର୍କ୍ର୍ରମ ଉପାନ୍ତ ନଛିିମପୁୁର ପଂଚାୟତ ଉଚ୍ଚ ପ୍ରାଥମିିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ସଂଯୋଜକ ଉବାଚକ ମହାନ୍ତି ଅଧ୍ୟକ୍ଷତା କରି ଆଭିମୁଖ୍ୟ ସଂପର୍କରେ କହିଥିଲେ । ପିକକ୍‌ର ବାଲେଶ୍ୱର ମୁଖ୍ୟ ରଂଜନ ମହାନ୍ତି ଏ ସଂପର୍କରେ ସୂଚନା ଓ ଆବଶ୍ୟକ ପଦକ୍ଷେପ ନେବା ସଂପର୍କରେ କହିଥିଲେ । ସରପଂଚ ଦୀପାଳି ଜେନା ଯୋଗ ଦେଇ ନାରୀମାନେ ଆଗକୁ ଆସିବାକୁ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ଜିଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ସଦର ଓ ରେମୁଣା ବ୍ଲକରେ ଏହି ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଉପସ୍ଥିତ ଥିବା କେତେକ ଗ୍ରାମବାସୀ, ଅଂଗନୱାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟର୍କମୀ, ଶିକ୍ଷକ/ଶିକ୍ଷୟତ୍ରୀ, ୱାର୍ଡମେମ୍ବର, ଗ୍ରାମର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ପ୍ରଶିକ୍ଷକ ଘନଶ୍ୟାମ ସିଟ, ଆରାଧନା ସତୁଆ ଉପସ୍ଥିତ ସମସ୍ତଙ୍କୁ ପ୍ରଶିକ୍ଷଣ କରାଇଥିଲେ । ଏଥିରେ ସଂଯୋଜକ ଲାଇଫର ମୁଖ୍ୟ ତ୍ରିଲୋଚନ ଗିରି ସଂଯୋଜନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା