ଶିକ୍ଷାବିତ ଶତୃଘ୍ନ ଭୂତିଆଙ୍କ ପତ୍ନୀଙ୍କ ଏକାଦଶାହରେ ସ୍ମୃତି ସଭା ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଶାଣ୍ଡିଲ୍ୟ ବସନ୍ତ ଭବନ ଓ ବ୍ରଜନାଥ ପାଠାଗାର ସଭାଗୃହରେ ଶିକ୍ଷାବିତ ଶତୃଘ୍ନ ଭୂତିଆଙ୍କ ପ୍ରିୟତମା ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ଏକାଦଶାହରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ନିରାଡ଼ମ୍ବର ଭାବରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପରିବାରର ଅବାହକତ୍ଵରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ସଭାପତି ଭିକାରୀ ଚରଣ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଢେଙ୍କାନାଳ-ଅନୁଗୁଳ ଲୋକସଭା ସାଂସଦ ମହେଶ ସାହୁ ସ୍ଵୀୟ ବକ୍ତବ୍ୟରେ ସ୍ୱର୍ଗତା ଭୂତିଆ ଜଣେ ଧର୍ମପ୍ରାଣା, ସ୍ନେହୀ, ପରୋପକାରୀ ସୁପତ୍ନୀ, ସୁଗୃହିଣୀ ଥିଲେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ହେତୁବାଦୀ ପ୍ରାଧ୍ୟାପକ ଧନେଶ୍ୱର ସାହୁ, ସମ୍ମାନୀତ ବକ୍ତା ଭାବରେ ଶିକ୍ଷାବିତ ଡା.ଦେବୀ ପ୍ରସାଦ ମିଶ୍ର ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଭାବରେ କବିଭୂଷଣ ସୃତିସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ରେଣୁବାଳା ସୃତିସଂସଦ, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଭାବରେ ବ୍ୟକ୍ତିଗତ ଭାବରେ ଓ ଜିଲ୍ଲାର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରିଥିଲେ । ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହା ହିଁ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟା ଉପମା ସାମଲ, ସମ୍ପାଦକ ବସନ୍ତ ପଟ୍ଟନାୟକ, ଡ଼ଃ ଅନୁପମା ମିଶ୍ର,ଗଗନ ବିହାରୀ ନନ୍ଦ, ଶୁଭେନ୍ଦୁ ମହାପାତ୍ର,ଇନ୍ଦ୍ରମଣି ନାୟକ, ଗୁରୁ ଗଣେଶ ମିଶ୍ର, ଜ୍ୟୋତିର୍ମୟୀ ନାଥ, ହୃଦାନନ୍ଦ ଦ୍ବିବେଦୀ, କାଳନ୍ଦୀ ଚରଣ ସାହୁ,ଶରତ ମାଝୀ,ଗାୟତ୍ରୀ ପରିବାରର ସୁଶୀଲ ମିଶ୍ର,ମନୋରମା ସିଂ, ବିମ୍ବାଧର ସାସମାଲ, ମାୟାଧର ନାୟକ,ତୀର୍ଥବାସୀ ବରାଳ, ଇଂ ଦେବାଶିଷ ହୋତା,ଇଂ ସୌମ୍ୟବ୍ରତ ସାହୁ,ପ୍ରଳୟ ଦାସ, ଅରୁଣ ସାହୁ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତା ଭୂତିଆଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତର ଅଭୁଲା ସ୍ମୃତିଚାରଣ କରିଥିଲେ । ସୂଚନା ଥାଉକି ଭୁବନେଶ୍ବରସ୍ଥ କିମ୍ସ ହସପିଟାଲରେ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପ୍ରିୟତମା ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ୭୧ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଥିଲା । ସେ ଜଣେ ଅତ୍ୟନ୍ତ ପ୍ରେମଶୀଳା, ଦରଦୀ ହୃଦୟାଧାରୀ, ସଦଗୁଣ ସମ୍ପର୍ଣ୍ଣା, ଅମାୟିକା, ସ୍ନେହୀ, ପରୋପକାରୀ, ଧର୍ମପ୍ରାଣା ମହିଳା ଭାବରେ ସର୍ବଜନାଦୃତା ହୋଇ ଅମରତ୍ୱ ଲାଭ କରିଛନ୍ତି । ସେ ବହୁ ଦିନ ଧରି ଦୂରାରୋଗ୍ୟ ବ୍ୟାଧିରେ ପଡ଼ି ଚିକିତ୍ସିତ ହେଉଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ସତ୍ୟଜିତ ଭୂତିଆ ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ତଥା ପୁରସ୍କାର ପ୍ରାପ୍ତ କବି ପ୍ରଭାସିନୀ ମହାଖୁଡ଼, ବିଶିଷ୍ଟ ହେତୁବାଦୀ ପ୍ରାଧ୍ୟାପକ ଧନେଶ୍ୱର ସାହୁ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦ, ବର୍ତ୍ତମାନର ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ଃ ପୁଷ୍ପଲତା ରଥ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ କବି ବାହାଦୂର ପାଟସାହାଣୀ ଓ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଗଭୀର ଦୁଃଖ ଓ ସମବେଦନା ଜଣାଇଥିଲେ । ଏହି ସ୍ମୃତି ସଭାରେ ତାଙ୍କର ହାତଭାଗ୍ୟ ସ୍ୱାମୀ ହେତୁବାଦୀ ଶିକ୍ଷାବିତ ଶତୃଘ୍ନ ଭୂତିଆ, ଜ୍ୟେଷ୍ଠପୁତ୍ର ତାଳଚେର ଷ୍ଟେସନ ମାଷ୍ଟର ସତ୍ୟଜିତ ଭୂତିଆ, ଜ୍ୟେଷ୍ଠ ପୁତ୍ରବଧୂ ଜୟଶ୍ରୀ ଭୂତିଆ, ଉଭୟ କନିଷ୍ଠ ପୁତ୍ର ଶିବ ପ୍ରସାଦ ଯାଦବ ଓ ପୁତ୍ରବଧୂ ନିବେଦିତା ନାୟକ, ଉଭୟେ ଇନ୍ଫୋସିସ ଭୁବନେଶ୍ୱରର ସଫ୍ଟୱେର ଇଞ୍ଜିନିୟର, ଜ୍ୟେଷ୍ଠ ଜ୍ୱାଇଁ ଇଞ୍ଜିନିୟର ଭାଗିରଥି ବେହେରା ଓ ଜ୍ୟେଷ୍ଠ କନ୍ୟା ଜ୍ୟୋତ୍ସ୍ନାମୟୀ ଭୂତିଆ, ଅନ୍ୟତମ ଜ୍ୱାଇଁ ସୁନିଲ ବାରିକ ଓ ଇନ୍ଦିରା ବାରିକ, ଡା.ଭରତ କୁମାର ବେହେରା ଓ କନ୍ୟା ଦୀପ୍ତିମୟୀ ଭୂତିଆ, ଅଶୋକ ବେହେରା, ବିଦ୍ୟାଧର ବେହେରା, ଅନିଲ ପରିଡ଼ା, କେଦାର ପରିଡ଼ା, ନାତୁଣୀମାନଙ୍କ ମଧ୍ୟରେ ଶ୍ୱେତା ଶୁଭ୍ରଜ୍ୟୋତ୍ସ୍ନା, ଶ୍ୱେତା ସ୍ୱୟଂସିଦ୍ଧା, ଶ୍ରଦ୍ଧା ସମର୍ପିତା, ସୌମ୍ୟା ଶାଶ୍ବତୀ, ଶାନ୍ତା ଶୁଭଦୀପ୍ତି, ସ୍ମୃତି ଶ୍ରୀବିଦ୍ୟା ଓ ନାତି ବି.ସତ୍ୟ ସାର୍ଥକ ଓ ଅନେକ ଶୁଭେଚ୍ଛୁ ଉପସ୍ଥିତ ରହି ସ୍ୱର୍ଗତା ଭୂତିଆଙ୍କର ଗୁଣଗାନ କରିଥିଲେ । ତାଙ୍କର ସ୍ୱାମୀ ଭୂତିଆ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ଏନ.ସି.ସି.ଅଫିସର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାବରେ ରହି ବେଶ ସୁନାମ ଅର୍ଜନ କରିଥିଲେ । ସେଥିପାଇଁ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ବିଜୟରଶ୍ମି ମିଶ୍ର, ଡ଼ା.ଦେବୀ ପ୍ରସାଦ ମିଶ୍ର, ଡ଼ଃ ଅନୁପମା ମିଶ୍ର, ସୁରେଶ କୁମାର ପଣ୍ଡା, ଦେବରାଜ ରାଉତ, ଇତିଶ କୁମାର ବରାଳ, ସୁଭାଷ କୁମାର ନନ୍ଦ, ଧ୍ୟାନଚାନ୍ଦମିଶ୍ର, ସ୍ଵର୍ଣମୟୀ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ସାମଲ, ସ୍ୱାଗତିକା ରଥ, ସୁଜାତା ପଣ୍ଡା, ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, ସୁଚିତ୍ରା ସାହୁ, ସୁବ୍ରତ ମିଶ୍ର, ରଶ୍ମୀ ହୋତା, କଳ୍ପନା ବାରିକ, ବବିତା ଲେଙ୍କା, ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା, ବବିତା ଦାସ, ସୁବ୍ରତ ସ୍ୱାଇଁ, ପ୍ରଭାତ ପ୍ରଧାନ, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ସମ୍ପାଦକ ବସନ୍ତ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ଏହାର ଆଜୀବନ ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।