ଶିକ୍ଷାବିତ ତରୁଣ କୁମାର ଘୋଷଙ୍କ ମହାପ୍ରୟାଣ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ କାଠଗଡାସ୍ଥ ବାସଭବନରେ ଶିକ୍ଷାବିତ ତରୁଣ କୁମାର ଘୋଷଙ୍କ ୮୬ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଯାଇଛି । ସେ ଜଣେ ଅତ୍ୟନ୍ତ ସଦଗୁଣ ଧାରୀ, ଅମାୟିକ, ସ୍ନେହୀ, ପରୋପକାରୀ, ଧର୍ମପ୍ରାଣ ବ୍ୟକ୍ତି ଭାବରେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି । ସେ ମାତ୍ର ୩ ମାସ ଧରି ଅସୁସ୍ଥ ହୋଇ ନିଜ ଘରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ହତଭାଗା ସହଧର୍ମିଣୀ ଶିଲାରାଣୀ ଘୋଷ, ହତଭାଗ୍ୟ ଜ୍ୟେଷ୍ଠ ପୁତ୍ର ପାର୍ଥ ପ୍ରବୀର ଘୋଷ, ଜ୍ୟେଷ୍ଠ ପୁତ୍ରବଧୂ ଜୟାରାଣୀ ବୋଷ, କନିଷ୍ଠ ପୁତ୍ର, ପୁତ୍ରବଧୂ ଆଇନଜୀବୀ ସନତ କୁମାର ଘୋଷ ଓ ସୁଜାତା ରାଉତ, ବଡ ଝିଅ ଇନ୍ଦିରା ଦାସ ଓ ଜାମାତା ସଞ୍ଜୟ ଦାସ, ସାନ ଝିଅ ମନ୍ଦିରା ଘୋଷ ଓ ଜାମାତା ଶୁଭାଶିଷ ରାୟ, ବଡନାତି ଶାନ୍ତନୁ ଦାସ, ବଡ଼ ନାତୁଣୀ ଶୁଭଶ୍ରୀ ରାୟ, ନାତୁଣୀ ଶୁଭାଙ୍ଗି ଦାସ ଓ ସାନନାତୁଣୀ ସାଇ ସ୍ମୃତିରେଖା ଘୋଷ, କଲ୍ୟାଣୀ ଗ୍ୟାସର ପ୍ରୋପ୍ରାଇଟର ମାମିନା ମିତ୍ର, ତାଙ୍କଦ୍ୱାରା ପ୍ରାକ୍ତନ ସମ୍ପାଦକ ଭାବରେ ପରିଚାଳିତ ଡ଼ଃ ଦାଶରଥୀ ମିଶ୍ର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ମିଶ୍ର, କାର୍ଯ୍ୟାଳୟ ସହକାରୀ ଜିତେନ୍ଦ୍ର ନାରାୟଣ ମିଶ୍ର, ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର, ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦଙ୍କ ସମେତ ଅନେକ ଶୁଭେଚ୍ଛୁ ଅନ୍ତିମ ଦର୍ଶନ କରିବା ସଂଗେ ସଂଗେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ଢେଙ୍କାନାଳ ବାଇପାସ ସନ୍ନିକଟ ଶିବ ମନ୍ଦିର ପାଖ ମଶାଣିରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ପାର୍ଥ ପ୍ରବୀର ଘୋଷ ମୁଖାଗ୍ନି ଦେଇଥିଲେ । ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସହକାରୀ ଶିକ୍ଷକ ଭାବରେ କବିଭୂଷଣ ସୃତିସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ରେଣୁବାଳା ସୃତିସଂସଦ, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଭାବରେ, ନିଶିଗନ୍ଧା ପରିବାରର ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଭାବରେ ମୁଁ ଡ଼ା. ଦେବୀ ପ୍ରସାଦ ମିଶ୍ର ବ୍ୟକ୍ତିଗତ ଭାବରେ ଓ ଜିଲ୍ଲାର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରୁଛି । ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରୁଛି । ଏହି ଅବସରରେ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆ, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଗଭୀର ଦୁଃଖ ଓ ସମବେଦନା ଜଣାଇଛନ୍ତି । ଶ୍ରୀଯୁକ୍ତ ଘୋଷ ହିନ୍ଦୋଳ ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ର ହାଇସ୍କୁଲ, ଆଠମଲ୍ଲିକ, ସାରଙ୍ଗଧର ହାଇସ୍କୁଲ, କମାକ୍ଷାନଗରରେ ସହକାରୀ ଶିକ୍ଷକ ଭାବରେ, ଭଞ୍ଜନଗର ହାଇସ୍କୁଲ ଓ ଶ୍ରୀମନ୍ତ ହାଇସ୍କୁଲ, ଯାଜପୁରରେ ପ୍ରଧାନ ଶିକ୍ଷକ ଭାବରେ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବରିଷ୍ଠ ଶିକ୍ଷକ ଭାବରେ ଦୀର୍ଘ କାଳ ଧରି ରହି ବେଶ ସୁନାମ ଅର୍ଜନ କରିଥିଲେ । ସେଥିପାଇଁ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ବରିଷ୍ଠ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର, ଡ଼ା.ଦେବୀ ପ୍ରସାଦ ମିଶ୍ର, ଡ଼ଃ ଅନୁପମା ମିଶ୍ର, ସୁରେଶ କୁମାର ପଣ୍ଡା, ଦେବରାଜ ରାଉତ, ଇତିଶ କୁମାର ବରାଳ, ସୁଭାଷ କୁମାର ନନ୍ଦ, ଧ୍ୟାନଚାନ୍ଦ ମିଶ୍ର, ସ୍ଵର୍ଣମୟୀ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ସାମଲ, ସ୍ୱାଗତିକା ରଥ,ସୁଜାତା ପଣ୍ଡା, ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, ସୁଚିତ୍ରା ସାହୁ, ସୁବ୍ରତ ମିଶ୍ର, ରଶ୍ମୀ ହୋତା, କଳ୍ପନା ବାରିକ, ବବିତା ଲେଙ୍କା, ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା, ବବିତା ଦାସ, ସୁବ୍ରତ ସ୍ୱାଇଁ, ପ୍ରଭାତ ପ୍ରଧାନ, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ବୋଲି ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।