ଶାସନବାର୍ଡରେ ୩ ଦିନିଆ ହାଜିବାବା କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲି ଅନ୍ତର୍ଗତ ଶାସନବାର୍ଡ ଗ୍ରାମରେ ଗତ ୩ ଦିନ ଧରି ହାଜିବାବା ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ ହୋଇ ଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ବିଜେଡି ସଭାପତି ସୁରଜିତ ଘୋଷ, ଜୟଲାଲ ସାହା ଉପସ୍ଥିତ ହୋଇ ଖେଳାଳୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ମୋଟ ୮ଟି ଟିମ୍ ମଧ୍ୟରେ ଖେଳ ହୋଇଥିବା ବେଳେ ପିଙ୍କୁ ଏକାଦଶ ଓ ଦିଲଯାନ ଏକାଦଶ ମଧ୍ୟରେ ଫାଇନ୍ ଖେଳ ଅନୁଷ୍ଠିତ ହୋଇଥିଲା । ଦିଲଯାନ ଏକାଦଶ ବିଜୟୀ ହୋଇ୧୦ହଜାର ନଗଦ ଅର୍ଥ ପାଇଥିବା ବେଳେ ପିଙ୍କୁ ଏକାଦଶ ରନର୍ସଅଫ ହାସଲ କରିଥିଲା ।