ଶାନ୍ତିଆରେ ସ୍ୱେଚ୍ଛାକୃତ ରକ୍ତାଦାନ ଶିବିର : ୩୮ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ଶାନ୍ତିଆ ଗ୍ରାମ୍ୟ କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତାଦାନ ଶିବିର ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ବିଡିଓ ପୁନମ୍ ରାଉତ ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଜିଲା ରକ୍ତାଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ରକ୍ତକେନ୍ଦ୍ରର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ, କାଉନ୍‌ସିଲ ଚନ୍ଦନ ଦାସ, କବିତା ପାଣି, ଡ. ଅଜିତ୍ ମହାନ୍ତି, ଅରୁଣ କୁମାର ବେଜ, ଗ୍ରାମ୍ୟମୁଖ୍ୟ ସିତାଂଶୁ ସେନାପତି, ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ଡ. ଅଦୈତ୍ୟ ପାତ୍ର, ଯୁବ ନେତା ଫାଲଗୁନୀ ପାଣିଗ୍ରାହୀ, ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଦେବଯାନୀ ଅଣ୍ଡିଆ, ରିତାରାଣୀ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ମୋଟ ୩୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା