ଶନିଶ୍ଚର ମନ୍ଦିରର ୬ଷ୍ଠ ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମହଉସୀମାବାଡି ନିକଟରେ ଥିବା ଶନିଶ୍ଚରଙ୍କ ମନ୍ଦିରର ୬ଷ୍ଠ ବାର୍ଷିକ ଉତ୍ସବ ନିରାଡାମ୍ବରଭାବେ ଆଜି ପାଳିତ ହୋଇ ଯାଇଛି । ଆଜକୁ ୬ବର୍ଷ ପୂର୍ବେ ଆଜିର ଦିନରେ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ଏହି ପବିତ୍ର ମନ୍ଦିର ଗଢିଉଠିଥିଲା । ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ଆଜି ୫ଜଣ ପୂଜକ ଓ ୨ଜଣ କର୍ତ୍ତାଙ୍କ ଦ୍ୱାରା ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପୂଜା, ଆହୂତି ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜକ ଦେବବ୍ରତ ପାଣିଗ୍ରାହୀ, ଈଶ୍ୱର ଚନ୍ଦ୍ର କର, ସଂଗ୍ରାମ ମହାପାତ୍ର, ନବକୁମାର ମହାପାତ୍ର, ଫାଲଗୁନି ପାଣିଗ୍ରାହୀ, ଜାନକୀ ଷଡଙ୍ଗୀଙ୍କ ଦ୍ୱାରା ପୂଜା କାର୍ଯ୍ୟ ହୋଇଥିବା ବେଳେ ମନ୍ଦିର କମିଟି ସଭାପତି ଦୁର୍ଯ୍ୟୟ ପାଣିଗ୍ରାହୀ, ଉପସଭାପତି ବ୍ରହ୍ମାନନ୍ଦ ମହାନ୍ତି, ସଂପାଦକ ବଙ୍କବିହାରୀ ଦାସ, ବିଜୟ ବେହେରା, ମାନସ ପ୍ରଧାନ, ସପନ ଦାସ, ରବିନ୍ଦ୍ର ଦାସ, ବିଶ୍ୱଜିତ୍ ସାହୁ, ଗୋପୀନାଥ ଦାସ, ରବିନ୍ଦ୍ର ରଣା, ବୈଦ୍ୟନାଥ ପୃଷ୍ଟି, ଗୀତାଞ୍ଜଳି ବେହେରା, ଆରତୀ ଦାସ, ଗୋପାଳ ସାହୁ, ସୌମେନ୍ଦ୍ର ଗିରି, ଦେବାଶିଷ ଦାସ, ସମର ଦାସ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା