ଶତାୟୁ ପୁରୁଷ ସନାତନ ଦାସଙ୍କ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ…

ଜଳେଶ୍ବର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମହାନ୍ତିସାହି ଗ୍ରାମର ଶତାୟୁ ପୁରୁଷ ସନାତନ ଦାସଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ତାଙ୍କର ନିଜ ବାସଭବନରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ପାଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ତାଙ୍କର ୪ ପୁତ୍ର, ହରିଶଙ୍କର ଦାସ, ଦୂର୍ଗାଶଙ୍କର ଦାସ, ଚନ୍ଦ୍ରଶେଖର ଦାସ, ଉମାଶଙ୍କର ଦାସ ଓ ଦୁଇ ଝିଅ ସ୍ନେହଲତା ଦାସ, କବିତା ଦାସ, ୩ ନାତି ମନିଶ କୁମାର ଦାସ, ନିହାରରଞ୍ଜନ ଦାସ, ସାଇଅମର୍ତ୍ୟ ଦାସ ଓ ପୁତୁରା ଝିଆରୀ ନାତି ନାତୁଣୀ ବନ୍ଧୁବାନ୍ଧବ ପରିବାର ବର୍ଗ ପ୍ରମୁଖ ଉପସ୍ଥିତ ଥାଇ ଉତ୍ସବଟିକୁ ଖୁବ୍ ଧୁମଧାମରେ ପାଳନ କରିଥିଲେ l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବାଲେଶ୍ୱର ଜିଲ୍ଲାର ସମାଜସେବୀ ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବାସିନି ଜେନା ଉପସ୍ଥିତ ହୋଇ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ ଓ ଅନ୍ୟତମ ସମ୍ମାନୀତ ଅତିଥିଭାବେ ସାହିତିକ୍ୟ ଡ. ଶ୍ରୀକାନ୍ତ ଚରଣ ପାତ୍ର, ମୁଖ୍ୟବକ୍ତା ଭାବେ ସାହିତ୍ୟକ ଅବସରପ୍ରାପ୍ତ ଅଧ୍ୟକ୍ଷ ବିପିନ ବିହାରୀ ବିଶ୍ବାଳ, ଅନ୍ୟତମ ସମ୍ମାନିତ ଅତିଥିଭାବେ ଜଳେଶ୍ଵର ତହସିଲଦାର କ୍ଷିରୋଦ ପ୍ରସାଦ ପଣ୍ଡା, ଜଳେଶ୍ଵର ଜ୍ଞାନ ବିକାଶ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ତଥା ରୋଟାରିଆନ ଲେଲିନ କୁମାର ପ୍ରଧାନ, ବିଶିଷ୍ଟ ସମାଜସେବୀ ଭୂପତି ଚରଣ ମିର୍ଦ୍ଧା, ୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ସାବିତ୍ରୀ ଦାସ, ଜୀବନବିନ୍ଦୁ ସଭାପତି ମଧୁ ସୁଦନ ସେନାପତି, ବିଧୁ ଭୂଷଣ କାନାନଗୋ ଙ୍କ ସହ ଶତାୟୁ ପୁରୁଷ ଶ୍ରୀଯୁକ୍ତ ଦାସଙ୍କ ସହଧର୍ମିଣୀ ସାବିତ୍ରୀ ଦାସ ଓ ସାନଭାଇ ଅନନ୍ତରାମ ଦାସ ପ୍ରମୁଖ ଶତାୟୁ ପୁରୁଷ ଶ୍ରୀଯୁକ୍ତ ଦାସଙ୍କୁ ଉପଢୌକନ ସହ ପୁଷ୍ପଗୋଛ ଦେଇ ପ୍ରଣାମ ଜଣାଇ ମଞ୍ଚାଷିନ ହୋଇ ତାଙ୍କର ପରମାୟୁ କାମନା କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ଵର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବିଶିଶ୍ଟ ସମବାୟବିତ ମାନସ କୁମାର ଜେନା, ଜଳେଶ୍ଵର ଥାନାର ଏଏସଆଇ ନରେନ୍ଦ୍ର ନାଥ ସେଠି, ଆର.କେ. ସେଠୀଙ୍କ ସହ ଥାନାର ଅନ୍ୟ ଅଧିକାରୀଗଣ, ସମାଜସେବୀ କାଳି ଚରଣ ଦାସ, ପ୍ରାକ୍ତନ ଶିକ୍ଷକ ନେତା ଶଶାଙ୍କ ଶେଖର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଖଗେନ୍ଦ୍ରନାଥ ସାହୁ, ରାଧାକୃଷ୍ଣ ପ୍ରଧାନ, ନିର୍ମଳ ଚନ୍ଦ୍ର ଦାସ, ବିଶ୍ଵନାଥ ଦାସ ମହାପାତ୍ର, ବରିଷ୍ଟ ସାମ୍ୱାଦିକ ସୁକୁମାର ରଣା, ଭୂପତି କୁମାର ପରିଡ଼ା, ନାରୀନେତ୍ରୀ ଆରତି ଦାସ, ଗୋପାଳ ଚନ୍ଦ୍ର ଦାସ ମହାପାତ୍ର, ଭଗିରଥ ନାଥ, ରାଧାଶ୍ୟାମ ନାଥ, ରଞ୍ଜନ କୁମାର ପରିଡ଼ା, ଉମାକାନ୍ତ ପାଣିଗ୍ରାହୀ, ବସନ୍ତ କୁମାର ବାରିକ, ଜଳେଶ୍ଵର ବିଶିଷ୍ଟ ସମାଜସେବୀ ଦୂର୍ଜୟ କୁମାର ପାଣିଗ୍ରାହୀ, ସୁଜୟ କୁମାର କାରଣ, ଆରଡିର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ଦାସ ଓ ତମ୍ବାଖୁରି ହାଇସ୍କୁଲର ଅବସପ୍ରାପ୍ତ ଶିକ୍ଷକ ତଥା ଶତାୟୁ ପୁରୁଷଙ୍କ ସମୁଦୀ ରାମଚନ୍ଦ୍ର ସାହୁ ପ୍ରମୁଖ ଶତାୟୁ ପୁରୁଷଙ୍କୁ ପ୍ରଣାମ ସହିତ ପୂଷ୍ପଗୋଛ ପୂର୍ବକ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ୩ ଶହରୁ ଉର୍ଦ୍ଧ ବ୍ୟକ୍ତି ଉପସ୍ଥିତ ହୋଇ ସମ୍ବର୍ଦ୍ଧନା ଜଣେଇ ଥିଲେ, ପ୍ରଥମେ ପଣ୍ଡିତ ମୃତ୍ୟୁଞ୍ଜୟ ନନ୍ଦ ଓ ବିଷ୍ଣୁପଦ ନନ୍ଦବ୍ରହ୍ମଚାରି ସୁମଧୁର ବେଦପାଥ ଓ ମଞ୍ଚାଷୀନ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପଦୀପ ଓ ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥିଲେ l ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ  ସମାଜସେବୀ ସପନ କୁମାର ଦାସ କରିଥିବା ବେଳେ ବିଦୁ ଭୂଷଣ କାନନଗୋ ଶତାୟୁ ପୁରୁଷ ଶ୍ରୀଯୁକ୍ତ ଦାସଙ୍କର ବିବରଣୀ ପାଠ ଓ ସରପଞ୍ଚ ଶୁଭସ୍ମିତା ଦାସ ସମସ୍ତ ଅତିଥିଙ୍କୁ ପୁଷ୍ପ ଗୋଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏହି ସମ୍ବର୍ଦ୍ଧନା ଉତ୍ସବରେ ଶତାୟୁ ପୁରୁଷଙ୍କ ଦ୍ୱିତୀୟ ପୁତ୍ର ଦୁର୍ଗାଶଙ୍କର ଦାସ ସଭାପତିତ୍ବରେ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ୪ ପୁତ୍ର ଓ ପୁତୁରା ପ୍ରବୀର କୁମାର ଦାସ ପରିଚାଳନା କରିଥିଲେ l