ଲୋକାର୍ପିତ ହେଲା ଓଡିଶା ମାନଚିତ୍ର ଆଇଟିଆଇରେ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଆଇଟିଆଇରେ ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଓଡିଶା ମାନଚିତ୍ର ଲୋକାର୍ପିତ ହୋଇଯାଇଛି । ଲୋକାର୍ପିତ ମାନଚିତ୍ରକୁ ଵ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ କରକମଳରେ ଉନ୍ମୋଚିତ ଗତକାଲି କରାଯାଇଛି । ଶିଳ୍ପକୁ ପ୍ରସ୍ତୁତ କରିବା ପାଇଁ ସ୍କିଲ ଉପରେ ଅଧିକ ପ୍ରୋତ୍ସାହନ ଦେବା ଉଚିତ ବୋଲି ସାଂସଦ ଶ୍ରୀ ସାହୁ କହିଛନ୍ତି । ବ୍ରହ୍ମପୁରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଦେଶ ପାଇଁ ଗୌରବ ଆଣିଥିବା ସହ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି ବୋଲି କହିଛନ୍ତି ବିଧାୟକ ଶ୍ରୀ ପଣ୍ଡା । ନିର୍ମିତ ମାନଚିତ୍ରଟି ପ୍ରାୟ ୧.୫ ଟନ ସ୍କ୍ରାପ ଏବଂ ୩୦ ଫୁଟ ଉଚ୍ଚତା ରହିଥିବା ବେଳେ ଏଥିରେ ପୁରୁଣା ଅଟୋ ମୋବାଇଲ ସ୍କ୍ରାପ ଏବଂ କ୍ୟାମ୍ପସରେ ଏକ ଭଙ୍ଗା କୋଠାରୁ ନିର୍ମିତ ଲୁହା ଦଣ୍ଡାରେ ବ୍ୟବହୃତ କରାଯାଇଛି । ମାନଚିତ୍ରଟି ଦେଶର ସର୍ବବୃହତ ଓ ଓଡ଼ିଶାର ଦକ୍ଷ ଥିମ୍ ସହ ସଂଶ୍ଲିଷ୍ଟ ଅଟେ । ଓଡିଶା ସ୍କିଲ ଡେଭଲପମେଣ୍ଟ ମିଶନର ଚେୟାରମ୍ୟାନ ସୁବ୍ରତ ବାଗଚିଙ୍କୁ ମାନଚିତ୍ରଟି ଉତ୍ସର୍ଗ କରାଯାଇଛି । ଅନ୍ୟ ରାଜ୍ୟ ପାଇଁ ଏହା ଏକ ରୋଲ ମଡେଲ ଭାବେ ପରିଚିତ ସୃଷ୍ଟି କରିବ ବୋଲି କହିଛନ୍ତି ଆଇଟିଆଇର ଅଧ୍ୟକ୍ଷ ରଜତ ପାଣିଗ୍ରାହୀ ।