ଲୋକକଳା ମହୋତ୍ସବ ଉଦଘାଟନୀ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର “ଡାଇମଣ୍ଡ ଜୁବୁଲି ଟାଉନ ହଲ” ଠାରେ “ଟାଟାଷ୍ଟିଲ ଫାଉଣ୍ଡେସନ ଗୋପାଳପୁର”ଙ୍କ ସହଭାଗିତାରେ “ଗଞ୍ଜାମ ଲୋକକଳା ମଞ୍ଚ” ତରଫରୁ ଅଧ୍ୟକ୍ଷ ସନ୍ୟାସୀ ମହାରଣାଙ୍କ ପୌରହିତ୍ୟରେ “ଲୋକକଳା ମହୋତ୍ସବ ୨୦୨୨”ର ଉଦଘାଟନୀ ଉତ୍ସବ ପ୍ରଥମ ଦିବସରେ ସୁଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି । ମହାସମାରୋହରେ ପାଳିତ ହୋଇଥିବା ଏହି ଉଦଯାପନୀ ସମାରୋହରେ ଉଦଘାଟକ ରୂପେ ଲୋକ ସଂସ୍କୃତି ଗବେଷକ ଡ.ବାୟମନୁ ଚର୍ଚ୍ଚୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ରୂପେ କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ପ୍ରମୁଖ ପ୍ରକାଶ ପଟ୍ଟନାୟକ, ମୁଖ୍ୟ ଅତିଥି ରୂପେ ଓଡ଼ିଶାର ଚର୍ଚ୍ଚିତ ହାସ୍ୟାଭିନେତ ହରିହର ମହାପାତ୍ର, ସମ୍ମାନିତ ଅତିଥି ରୂପେ ନାରାୟଣ ପତି, “ମୋ ସ୍କୁଲ” ଏବଂ “ଓସେପା”ର ସହକାରୀ ନିର୍ଦ୍ଦେଶକ ଅବିନାଶ ଶତପଥୀ, ସମାଜସେବୀ ନିରଞ୍ଜନ ରେଡ୍ଡୀ, ଟାଟା ଷ୍ଟିଲ ଫାଉଣ୍ଡେସନର ପରିଚାଳକ ଈଶ୍ୱର କୁମାର ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଉଦ୍ଘୋଷକ ରୂପେ ରାଈରଞ୍ଜନ ନନ୍ଦଙ୍କ ତତ୍ତ୍ଵାବଧାନରେ ଯୁବ ଉପସ୍ଥାପକ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ । “ଗଞ୍ଜାମ ଲୋକକଳା ମଞ୍ଚ”ର, କାର୍ଯ୍ୟକାରୀ ଅଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତି, କୋଷଧକ୍ଷା ରାମେଶ୍ବରୀ ନନ୍ଦ, ସହ ସମ୍ପାଦକ ବାଲ୍ମୀକି ବିଷୋୟୀ, କାର୍ଯ୍ୟାଳୟ ପ୍ରମୁଖ ଜଗନ୍ନାଥ ଚୌଧୁରୀ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଓମ୍ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ । ସୋନାଲି ପ୍ରଧାନ, ରଞ୍ଜିତା ପାତ୍ର, ଅଶ୍ଵିନୀ ଜେନା, ପ୍ରଶାନ୍ତ କୁମାର ସାହୁ, ଟା ଟା ବିଜୟ ଲକ୍ଷ୍ମୀ, ଦୀପକ କୁମାର ଷଡଙ୍ଗୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା