ଲିଚୁମାଳରୁ ଶ୍ରୀ ଲକ୍ଷ୍ମୀ ଜୁଏଲର୍ସରେ ଅଗ୍ନିକାଣ୍ଡ…

ବୁଗୁଡା (ସମୃଦ୍ଧ ଓଡିଶା) ଦୀପାବଳୀ ଉପଲକ୍ଷେ ଘର ଓ ଦୋକାନ ବାହାରେ ଲାଗିଥିଲା ଲିଚୁମାଳ। ବହୁ ବ୍ୟକ୍ତି ଚଳିତ ବର୍ଷ ବ୍ୟବହାର କରିଛନ୍ତି ଏହି ପ୍ରକାର ଲିଚୁମାଳ । ହେଲେ ଏହି ଲିଚୁମାଳ ବୁଗୁଡା ଶ୍ରୀ ଲକ୍ଷ୍ମୀ ଜୁଏଲର୍ସର ଅଗ୍ନିକାଣ୍ଡର କାରଣ ପାଲଟିଛି । ଲିଚୁମାଳରେ ସର୍ଟ ସର୍କିଟ ଯୋଗୁଁ ଉପର ମହଲାରେ ଲାଗିଥିବା ଫାଇବରରେ ନଭେମ୍ବର ୨୩ ତାରିଖ ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ଅଗ୍ନି ସଂଯୋଗ ହୋଇ ହୁ ହୁ ହୋଇ ଜଳିବା ଆରମ୍ଭ ହୋଇଥିଲା । ଖବର ପାଇ ସଙ୍ଗେ ସଙ୍ଗେ ବୁଗୁଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । କେବଳ ବାହାରରେ ବ୍ୟବହାର ହୋଇଥିବା ଜିନିଷ ଜଳି ପାଉଁଶ ହୋଇଯାଇଥିବା ବେଳେ ଘରଭିତରକୁ ନିଆଁ ଯାଇନଥିବା ଜଣାପଡ଼ିଛି । ଆଜି ଶ୍ରୀ ଲକ୍ଷ୍ମୀ ଜୁଏଲର୍ସ ଚାବି ପଡିଥିବା ବେଳେ ମାଲିକ ବିଚିତ୍ରନନ୍ଦ ମହାରଣାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନଥିବା ଯୋଗୁଁ କ୍ଷୟକ୍ଷତି ଜଣାପଡି ପାରିନାହିଁ ।