ଲାଞ୍ଚ କାରବାର ଓ ଦୁର୍ନିତୀ ବିରୋଧରେ ବିଜେପି ଯୁବମୋର୍ଚ୍ଚାର ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଓଏସ୍‌ଏସ୍‌ସି ବିଭାଗର ହୋଇଥିବା ଲାଞ୍ଚ କାରବାର ଓ ଦୁର୍ନିତୀ ବିରୋଧରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ବଡବଜାର ଛକ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିଶ୍ ଆଚାର୍ଯ୍ୟ, ଜିଲ୍ଲା ସଭାପତି ରାଜେଶ ମହାପାତ୍ରଙ୍କ ଆହ୍ୱାନରେ ଜଳେଶ୍ୱର ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅପରାହ୍ନରେ ବିକ୍ଷୋଭ କରାଯିବା ସହିତ ନାରାବାଜି କରାଯାଇଥିଲା । ବିକ୍ଷୋଭକାରୀମାନେ ଶାସକ ଦଳକୁ କେତେକ ପ୍ରଶ୍ନ ପଚାରିବା ସହିତ ସ୍ଥାନୀୟ ବିଧାୟକଙ୍କୁ ଜବାବ୍ ମାଗିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅରୁଣ ବେଜ, ରାମକୃଷ୍ଣ ସାହୁ, ତନ୍ମୟ ଚାନ୍ଦ, ମୋନ ମୋହନ ଆଚାର୍ଯ୍ୟ, ସତ୍ୟବ୍ରତ ପଣ୍ଡା, କମଳଲୋଚନା ପାଲ, ରାଜୀବ ଘୋଷ, ଶାନ୍ତନୁ ପଟ୍ଟନାୟକ, ଅଂଜନ ଦାସ, ତୁସାର ଦେ, ରେଜାବୁଲ ଖାଁ, ମାନସ ପ୍ରଧାନ ପ୍ରମୁଖ ବହୁ ଯୁବକମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା