ରୋହିଗାଁ ସେବା ସମବାୟ ସମିତିର ସମସ୍ତ ପ୍ରାର୍ଥୀ ନିର୍ବାଚିତ…

ଗଞ୍ଜାମ ଜିଲ୍ଲାର ସର୍ଵ ବୃହତ ସେବା ସମବାୟ ସମିତି ଭାବେ ପରିଚିତ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ସୋସାଇଟି ପରିଚାଳନା କମିଟିର ସଭାପତି ପଦ ସକାଶେ ନାମାଙ୍କନପତ୍ର ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ଗତ ୩୦ ତାରିଖ ଦିନ ଧାର୍ଯ୍ୟ ହୋଇଥିଲା । ସେବା ସମବାୟ ସମିତି ପକ୍ଷରୁ ୧୫ ଜଣ ପ୍ରାର୍ଥୀ ନିର୍ଦ୍ଦେଶକ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଅନ୍ୟ କେହି ପ୍ରତିଦ୍ବନ୍ଦି ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ସମବାୟ ନିର୍ବାଚନ ଅଧିକାରୀ ପିଇଓ ମହେନ୍ଦ୍ର କୁମାର ମଲିକ ସମସ୍ତଙ୍କୁ ବିଜୟୀ ଘୋଷଣା କରିଥିଲେ । ନିର୍ବାଚନରେ ସଭାପତି ପଦ ପାଇଁ ଏକମାତ୍ର ଦିବାକର ଜେନା ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ତାଙ୍କୁ ମଧ୍ୟ ସଭାପତି ଭାବେ ଘୋଷଣା କରାଯାଇଥିଲା । ନିର୍ବାଚିତ ନିର୍ଦ୍ଦେଶକ ବାଳକୃଷ୍ଣ ସ୍ୱାଇଁ, ପାଣ ବେହେରା, ବଶିଷ୍ଠ କୁମାର ଜେନା, ପର୍ଶୁରାମ ସ୍ୱାଇଁ, ଦିବାକର ଜେନା, ସନାତନ ସଂଗ୍ରାମ ସିଂ, ଜାଗିଲି ବେହେରା, ବାସୁ ବେହେରା, ବିପ୍ର ଚରଣ ସେଠୀ, ଉମାଶଙ୍କର ଜେନା, ରୁବିତା ସ୍ୱାଇଁ, ସବିତା ଡାକୁଆ, ବାବୁଲାଲ ଜେନା, ବିନୋଦିନୀ ପାଣିଗ୍ରାହୀ, ରାଜୀବ ଡାକୁଆ ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ ସଭାପତିଙ୍କୁ ସ୍ୱାଗତ ଜଣାଇ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବଶିଷ୍ଠ କୁମାର ଜେନା, ସମିତି ସଭ୍ୟ ପ୍ରତିନିଧି ବସନ୍ତ କୁମାର ସ୍ୱାଇଁ, ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ଡାକୁଆ, କେଦାରନାଥ ସ୍ୱାଇଁ, ସଞ୍ଜୟ କୁମାର ଜେନା, ମନୋଜ କୁମାର ଜେନା, ରାମଚନ୍ଦ୍ର ବେହେରା, ମୁନା ସ୍ୱାଇଁ, ଜଗନ୍ନାଥ ଜେନା, ଜୟସେନ ଜେନା, ବାଳକୃଷ୍ଣ ଜେନା, ନାରାୟଣ ଜେନା, ମିଟୁ ଜେନା, ବାବୁଲା ଜେନା, ତ୍ରିନାଥ ଲେଙ୍କା, ପିଣ୍ଟୁ ସ୍ୱାଇଁ, ରବିନ୍ଦ୍ର କୁମାର ଜେନା, ଗଜି ସ୍ୱାଇଁ, ଦଣ୍ଡପାଣି ସ୍ୱାଇଁ, ବିଇଓ ବିରଞ୍ଚି ନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା