ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ବହି ବସ୍ତାନି ବଣ୍ଟନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବହି ବସ୍ତାନି ପ୍ରଦାନ କରାଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଅରୁଣ ଗୌଡଙ୍କ ସଭାପତିତ୍ବରେ ଆୟୋଜିତ ବସ୍ତାନୀ ବଣ୍ଟନ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ପ୍ରତିନିଧି ମଥୁରା ସୁବୁଦ୍ଧି ମୂଖ୍ଯ ଅତିଥି ଭାବେ ଯୋଗଦେଇ ବସ୍ତାନୀ ବଣ୍ଟନ କରିଥିଲେ । ରୋଟାରୀ କ୍ଲବ ସଭାନେତ୍ରୀ ଏସ ରେଖା ମହାନ୍ତି, ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ସଭ୍ୟ ଦ୍ଵାରକା ପ୍ରସାଦ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସିମା ନାହାକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା