ରୋଟାରୀ କ୍ଲବ ଅଫ ସୁବର୍ଣ୍ଣରେଖା ରାଇବଣିଆର ୨ୟ ଅଧିଷ୍ଠାନ ଉତ୍ସବ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ୨ବର୍ଷ ଧରି କାର୍ଯ୍ୟ କରୁଥିବା ରୋଟାରୀ କ୍ଲବ ଅଫ ସୁବର୍ଣ୍ଣରେଖା ରାଇବଣିଆର ୨ୟ ଅଧିଷ୍ଠାନ ଦିବସ ଦିଗମ୍ବରୀ ଦେବୀ ଆଇଟିଆଇ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସଭାର ପ୍ରଥମ ପର୍ଯ୍ୟାୟରେ ବିଦାୟୀ ସଭାପତି ଡ. ଲଳିତ ରଂଜନ ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ୨ୟ ପର୍ଯ୍ୟାୟରେ ଡ. ଅଜିତ୍ କୁମାର ମହାନ୍ତି ସଭାପତି ପଦ ଅଳଙ୍କୃତ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଜଳେଶ୍ୱରର ଆଇଆଇସି ମାନସ କୁମାରେ ଦେଓ ସେବାର ପ୍ରତୀକ ରୋଟାରୀ କ୍ଲବ ବିଶ୍ୱରୁ ପୋଲିଓ ରୋଗ ହଟାଇବାରେ ସକ୍ଷମ ହୋଇ ପାରିଛି ଏବଂ ଆଗାମୀ ଦିନରେ ଏପରି ଅନ୍ୟ କୌଣସି ରୋଗ କିମ୍ବା ଭୂତାଣୁ ଦୂର କରିବାରେ ପ୍ରଚେଷ୍ଟା କରିବା ଉଚିତ୍ ବୋଲି କହିଥିଲେ । ୨୦୨୧-୨୨ ପାଇଁ କାର୍ଯ୍ୟକାରୀ ପରିଷଦର ସଭ୍ୟ ମାନଙ୍କ ନାମ ଘୋଷଣା କରାଯାଇଥିଲା । ବିଦାୟୀ ସଂପାଦକ ଅଧ୍ୟାପକ ନୀଳକଣ୍ଠା ଖଣ୍ଡା ବିଗତ ଦିନରେ ମାଧବ ଚନ୍ଦ୍ର ହାଇସ୍କୁଲ ପରିସରରେ ବୃକ୍ଷରୋପଣ, ଜଳେଶ୍ୱର ହାଇସ୍କୁଲକୁ ଏକ ପ୍ରଜେକ୍ଟର ଯୋଗାଣ, କରୋନା ସମୟରେ ବ୍ୟାପକ ସଚେତନତା ସହିତ ମାକ୍ସ ଓ ସେନିଟାଇଜର ବିତରଣ କରାଯାଇଥିବା ସଂପର୍କରେ କହିଥିଲେ । ଆସନ୍ତା ଦିନରେ ରୋଟାରୀ କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସଂପର୍କରେ ସଭାପତି ଡ. ମହାନ୍ତି ଓ ସଂପାଦକ ଶ୍ରୀ ନାୟକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ପ୍ରଫେସର ଶ୍ୟାମାଚରଣ ଦାସ, ସୁଧିର କର ଓ ସୁକୁମାର ରଣା ଏଥିରେ ଯୋଗ ଦେଇଥିଲେ । କୋଭିଦ୍‌-୧୯ ଆଇନ୍‌କୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।