ରୋଟାରୀ କ୍ଲବର ବିଶ୍ୱସାକ୍ଷରତା ଦିବସ ପାଳିତ : ୧୦ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷ ପରି ଗତ ବୁଧବାର ସଂଧ୍ୟାରେ ରୋଟାରୀ କ୍ଲବର ଜଳେଶ୍ୱର ଶାଖା ପକ୍ଷରୁ ରାଷ୍ଟ୍ର ନିର୍ମାଣ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ରାଜେଶ କୁମାର ଖଟୁଆ ଅଧ୍ୟକ୍ଷତା କରି ସୁସ୍ଥ ସମାଜ ଗଠନରେ ଗୁରୁମାନଙ୍କ ଭୂମୀକା ଗୁରୁତ୍ୱପୂର୍ଣ୍ଣବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଜିତାରାମ ଦେ ଯୋଗଦେଇ ପୁସ୍ତକ ନଥିବା ଘର ଶ୍ମଶାନ ସମାନ ଓ ଏଥିପାଇଁ ବାପା ମାଙ୍କ ଭୂମୀକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଯେଉଁ ଦେଶରେ ଶିକ୍ଷକ ଯେତେ ଦୃଢ ସେ ଦେଶର ଶିକ୍ଷା ବ୍ୟବସ୍ଥା ସେତେ ଉନ୍ନତ । ଅତିଥିଭାବେ ଲେଲିନ୍ ପ୍ରଧାନ ଯୋଗ ଦେଇ ଶିକ୍ଷକତା ବୃତ୍ତି ନୁହେଁ ବ୍ରତ ହେବା ଉଚିତ୍ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଂନର ଶିକ୍ଷା ଅଧ୍ୟକ୍ଷ ସତ୍ୟବ୍ରତ ଜେନା ଯୋଗ ଦେଇ ସୁ ନାଗରିକ ରାଷ୍ଟ୍ର ନିର୍ମାଣେରେ ସକରାତ୍ମକ ଚିନ୍ତା କରିଥାଏ ବୋଲି କହିଥିଲେ । ସମ୍ପାଦକ ମଣିଭଦ୍ର ଜେନା ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଆଇନ୍‌ଜିବୀ ସତ୍ୟସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କକରିଥିଲେ । ଏଥିରେ ଜଳେଶ୍ୱର ଓ ଭୋଗରାଇର ବିଶିଷ୍ଟ ଶିକ୍ଷକ ରାଜେଶ କୁମାର ହାଁସଦା, ଚନ୍ଦନ କୁମାର ସେଠୀ, ପ୍ରଦୀପ କୁମାର ସିଂ, ଚନ୍ଦନ କୁମାର ସାସମଲ, ସସ୍ମିତା ସିଟ, ପ୍ରଦୀପ କୁମାର ଜେନା, ଶିବଶଂକର ଦାସ, ଆଶାଲତା ଦତତ୍ତ, ଗୀତାମଣୀ ଗିରି ଓ ରାଜେନ୍ଦ୍ର ବିକାଶ ପାତ୍ରଙ୍କୁ ଗୁରୁଙ୍କ ଦାୟିତ୍ୱ ଲାଗି ଶିକ୍ଷାସମ୍ମ।ନ ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା