ରୋଜଗାର କ୍ଷମ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଆର୍ଥିକ ସହଯୋଗ ପାଇଁ ମାଁ ବାପାଙ୍କ ଆକୁଳ ନିବେଦନ…

ପଦ୍ମପୁର (ସମୃଦ୍ଧ ଓଡିଶା) ସଡ଼କ ଦୁର୍ଘଟଣାରେ ନିଜର ରୋଜଗାରର କ୍ଷମ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ହେତୁ ତା’ର ଉଚ୍ଚତର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଭଲି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ଖପୁରୀଡିହି ଗ୍ରାମର ଗରୀବ ଆଦିବାସୀ ଭାନୁ ମାଝି ଗତ ନଭେମ୍ବର ମାସ ୨୭ ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ଖେତରୁ ଘରକୁ ଫେରୁଥିବା ସମୟରେ ବିଜୁ ଏକ୍ସପ୍ରେସ ରାସ୍ତାରେ ଚାଲିଚାଲି ଆସୁଥିବା ବେଳେ ଏକ ବାଇକ୍ ଆରୋହୀ ଦୂର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା । ଦୂର୍ଘଟଣାରେ ଭାନୁ ମାଝିଙ୍କ ଗୋଡ଼ ଭାଙ୍ଗି ଯାଇ ଖଣ୍ଡ ଖଣ୍ଡ ହୋଇଥିଲା । ଚିକିତ୍ସା ପାଇଁ ତୁରନ୍ତ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ଓପରେ ବୁର୍ଲା ଭିମ ଭୋଇ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିଲେ । ତାଙ୍କ ପୁଅର ଗୋଡ଼ ଅପରେସନ ପାଇଁ ଅର୍ଥ ଦରକାର ହେତୁ ଅପରେସନ କରି ନପାରି ଘରକୁ ଫେରାଇ ଆଣିଥିଲେ । ଅର୍ଥ ଅଭାବ ହେତୁ ପ୍ରାୟ ଛଅ ମାସ ହେବ ଶଯ୍ୟା ଶାୟୀ ଅବସ୍ଥା ପଡିରହିଛନ୍ତି ଭାନୁ । ଭାନୁ ଜଣେ ପରିବାରର ରୋଜଗାର କ୍ଷମ ହୋଇଥିବାରୁ ତାଙ୍କ ୬୦ ବର୍ଷ ବୃଦ୍ଧା ମା ବାପା ପ୍ରାପ୍ତ ବୟସରେ ମୋ ଉପରେ ଭରଷା ରଖିଥିଲେ ଓ ମୁଁ ବାହାରେ କାମ କରି ପରିବାର ପୋଷଣ କରୁଥିଲି ବୋଲି କାନ୍ଦି କାନ୍ଦି ଭାନୁ କହିଛନ୍ତି । ବର୍ତ୍ତମାନ ଭାନୁ ଶଯ୍ୟା ଶାୟୀ ଅବସ୍ଥା ପଡି ରହିଥିବା ହେତୁ, ଓଲିଏ ଖାଇ ଓଲିଏ ଭୋକ ଉପାସରେ ଜୀବନ ବିତାଉଛନ୍ତି । ଭାନୁ ନିଜେ ଧାର କରଜ କରି ଚିକିତ୍ସା ହୋଇଥିଲେ । ଅଧିକ ଟଙ୍କା ଦରକାର ହେତୁ ତାଙ୍କର ଗୋଡ଼ ଅପରେସନ ପାଇଁ ଅର୍ଥ ସାଜିଛି ବାଧକ । ତାଙ୍କର ଗୋଡ଼ ଅପରେସନ ପାଇଁ କେହି ସହୃଦୟ ବ୍ୟକ୍ତି ବିଶେଷଙ୍କ ସହ ଯେକୌଣସି ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି । ଗରିବ ଆଦିବାସୀ ଭାନୁଙ୍କ ଚିକିତ୍ସା ପାଇଁ ପ୍ରଶାସନ ଦୃଷ୍ଟି ଦେଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।