ରେଳ ଚଳାଚଳ ବିଳମ୍ବ : କରମଣ୍ଡଳ ଏକ୍ସପ୍ରେସ ବଡ ଧରଣର ଦୁର୍ଘଟଣା ଗ୍ରସ୍ତ…

ବାଲେଶ୍ୱର (ସମୃଦ୍ଧଓଡିଶା)ଏବେ ଏବେ ବିଳମ୍ବିତ ସନ୍ଧ୍ୟାରେ ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଯାଇଛି। ମାଲବାହୀ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ । ୫ ଟି ବଗି ଲାଇନଚ୍ୟୁତ।୨ ଏସି କୋଚ ନଷ୍ଠ ହୋଇଥିବା ସୂଚନ ମିଳିଛି ।ଘଟଣା ସ୍ଥଳକୁ ଅଗ୍ନିଶମ ଡିଜି ସୁଧାଂଶୁ ଷଢଙ୍ଗି ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏସ ଆର ସି ସତ୍ୟବ୍ରତ ସାହୁ ମଧ୍ୟ ଗସ୍ତ କରିଛନ୍ତି। ଦଶ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ୪ ଜଣ ଆଇ ଏ ଏସ ଅଫିସରଙ୍କୁ ପଠାଯାଇଛି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିକଟସ୍ଥ ସମସ୍ତ ହସପିଟାଲକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।