ରିପୋର୍ଟ ଦେବା ଭୟରେ ସାଧାରଣ ଜ୍ଞାନ ହରେଇଲେ ଫରେଷ୍ଟର…

ଆମ ପ୍ରତିନିଧିଙ୍କ କଲମରୁ ପଦେ…

ସୋରଡ଼ା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୋରଡ଼ା ବାନାଞ୍ଚଳ ଅଧିନସ୍ଥ ଅସୁରବନ୍ଧ ଫରେଷ୍ଟ ଅନ୍ତର୍ଗତ ବଦାଙ୍ଗି ନିକଟରେ ପାଣି ଯିବା ପାଇଁ ଏକ ନାଳ କାମ ଚାଲିଛି । ଯେଉଁ କାମଟି ଫରେଷ୍ଟ କାର୍ଯ୍ୟାଳୟ ଅନ୍ତର୍ଗତ କାମରେ ଯାଉଛି ଏବଂ ତାହାକୁ ଏସେମେଶ୍ କାମ ବୋଲି କହନ୍ତି । ଯେତେବେଳେ ନିକଟସ୍ଥ ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ପାଇଲୁ ଯେ ସେଠାରେ କିଛି ଉନ୍ନତ ଧରଣର କାମ ହେଉଥିବା ଦୃଷ୍ଟିଗୋଚର ହେଉ ନାହିଁ ସେତେବେଳେ ଆମେ ଅର୍ଥାତ୍ କିଛି ଗଣମାଧ୍ୟମ ପ୍ରତିନିଧି ସେହି ଜାଗାରେ ପହଞ୍ଚି ଦେଖିଲୁ ଯେ କାମ ଆରମ୍ଭ ହୋଇଛି ସେହି ବଣର ପଥର ବି ସେଠାରେ ଠୁଳ ହୋଇ ରହିଛି । ତେଣୁ ମୁଁ ପ୍ରଥମେ ବଦାଙ୍ଗି ଗାର୍ଡଙ୍କୁ ଯୋଗାଯୋଗ କରିବା ପାଇଁ ସତ ଚେଷ୍ଟା କଲି କିନ୍ତୁ ସେ ଆଦୌ ଧାରା ଛୁଆଁ ଦେଲେନି ଲାଗିଲା ଯେମିତି ସେ ଚାକିରୀ କରୁଛନ୍ତି ସତ କିନ୍ତୁ ଲୋକ ମାନଙ୍କ ପାଇଁ ନୁହଁ ବ୍ୟକ୍ତିଗତ ଜୀବନ ପାଇଁ କାମ କରନ୍ତି । ପରେ ଯେତେବେଳେ ମୁଁ ବିଶେଷ ସୂତ୍ରରୁ ଜାଣିବାକୁ ପାଇଲି ଯେ କାମ ହଉନି ଠିକ୍ ଧରଣରେ କିନ୍ତୁ ବିଲ୍ ହେବାରେ ଲାଗିଛି ସେତେବେଳେ ମୁଁ ସୋରଡ଼ା ରେଞ୍ଜରଙ୍କ ଅଫିସରେ ପହଞ୍ଚିଲି ଏବଂ ସେ ଉତ୍ତମ ବ୍ୟବହାର ପୂର୍ବକ ମତେ ସମ୍ମାନ ଦେଲେ ଓ ଯେତେବେଳେ ମୁଁ ସେହି କାମର ରିପୋର୍ଟ ମାଗିଲି ସେ ଦେବା ପାଇଁ ଅମଙ୍ଗ ହେଲେ ଅର୍ଥାତ୍ ଅନ୍ୟଭାଷାରେ କହିବାକୁ ଗଲେ କିଛି ତ୍ରୁଟି ରହିଛି ଯାହା ପାଇଁ ସେ ଦେବାକୁ ଅକ୍ଷମ ମନେ କରୁଛନ୍ତି ଏବଂ କହିଲେ କାମ ଠିକ୍ ଚାଲିଛି ରିପୋର୍ଟ ନେଇ କଣ କରିବେ ? ମୁଁ ସେତେବେଳେ କହିଲି ଯଦି କାମ ଠିକ୍ ଚାଲିଛି ତାହେଲେ ରିପୋର୍ଟ ଦେବାରେ କଣ ଅସୁବିଧା ! ମୁଁ କହିଲି ସାର୍ ଆପଣ ଯଦି ମତେ ରିପୋର୍ଟ ନଦେବେ ତାହେଲେ ମୁଁ ଆର.ଟି.ଆଇର ମାଧ୍ୟମ ଆପଣେଇବି । ଏହା ଶୁଣି ସେ କହିଲେ ନାହିଁ ପଟ୍ଟନାୟକ ବାବୁ ମୁଁ ଅସୁରବନ୍ଧ ଫରେଷ୍ଟରଙ୍କୁ କହିଦେବି ସେ ଆପଣଙ୍କୁ ରିପୋର୍ଟ ଦେଇଦେବେ । ମୁଁ ଠିକ୍ ଅଛି କହି ସେଠାରୁ ଫେରି ଆସିଲି । ତାହାର ଠିକ୍ ପର ଦିନ ଅର୍ଥାତ୍ ୬.୪.୨୦୨୨ରେ ମୁଁ ଫରେଷ୍ଟରଙ୍କ ଅଫିସ ନିକଟରେ ପହଞ୍ଚିଲି । ସେଠାରେ ଥିବା କର୍ମଚାରୀ ଜଣଙ୍କ ମତେ କହିଲେ ଯେ, ସାର୍ ନାଇଟ ଡ୍ୟୁଟିରୁ ଆସୀକି ସୋଇଛନ୍ତି ସେ ଉଠିଲେ ମୁଁ ଆପଣଙ୍କୁ ଖବର ଦେଇଦେବି କହି ମୋ ମୋବାଇଲ ନମ୍ବରକୁ ରଖିଲେ । ମୁଁ ତାହାର କିଛି ସମୟ ପରେ ଗଲାବେଳକୁ ଫରେଷ୍ଟର ସାର୍ ରେଞ୍ଜର ଅଫିସକୁ ଯାଇଛନ୍ତି ବୋଲି ଜାଣିବାକୁ ପାଇଲି ଭାବିଲି ରିପୋର୍ଟ ଟି ଆଣିବାକୁ ବୋଧେ ଜାଇଥିବେ । ତେଣୁ ମୁଁ ତାହାର ଠିକ୍ ୨ ଘଣ୍ଟା ପରେ ଫରେଷ୍ଟର ସାର୍ ଙ୍କୁ କଲ୍ କଲି । ସେ ମୋର କଲ୍ କୁ ଉଠେଇବା ସହିତ ମୋର ପରିଚୟ ମାଗିଲେ ଏବଂ ମୁଁ ମୋର ପରିଚୟ ମଧ୍ୟ ଦେଲି । ସେ ସଙ୍ଗେ ସଙ୍ଗେ ମତେ କହିଲେ ଯେ ଆପଣଙ୍କ ପେପର ଟି ବନ୍ଦ ହୋଇଗଲାଣି । ତାହା ପରେ ମୁଁ କଲ କାଟିଦେଲି କାହିଁକି ନା ଆଉ ଅପମାନିତ ହେବା ପାଇଁ ମୁଁ ଚାହୁଁ ନଥିଲି । ଯଦି ପେପର ବନ୍ଦ ହୋଇଗଲାଣି ତାହେଲେ ସମୃଦ୍ଧ ଓଡିଶା ପେପର ବୋଲି ସେ କେମିତି ଜାଣିଲେ ? ୟେ ବୋଧ ହୁଏ ପୋର୍ଟାଲ କି ୟୁ ଟ୍ୟୁବ୍ ଚ୍ୟାନେଲ ବୋଲି ବି ଭାବି କହି ପାରିଥାନ୍ତେ କିନ୍ତୁ ପେପର କହି ସେ ନିଜ ଜ୍ଞାନକୁ ବାହାରକୁ ଆଣି ସେ ନିଜକୁ କଣ ସାବ୍ୟସ୍ତ କରିବାକୁ ଚାହିଁଲେ ବୁଝି ହେଲାନି । କିନ୍ତୁ ପେପର ନାହିଁ କହିବା ମାେ ପାଇଁ ଏବଂ ମୁଁ କାମ କରୁଥିବା ପେପର ପାଇଁ ବହୁତ୍ ଅପମାନଜନକ ଉତ୍ତର ଥିଲା । ତେଣୁ ସାମାନ୍ୟ ରିପୋର୍ଟ ପାଇଁ ସେ କାହିଁକି ନିଜର ସାଧାରଣ ଜ୍ଞାନ ଏବଂ ସ୍ମରଣ ଶକ୍ତି ହରେଇ ଏମିତି ଭୁଲି ଯାଉଛନ୍ତି ତାହା ମାେ ପାଇଁ ବହୁତ୍ ବିସ୍ମୟ ଜନକ କଥା । ଭଞ୍ଜନଗର ଡି.ଏଫ୍.ଓ ଏହାର ଉଚିତ୍ ଜବାବ ରଖିବେ ବୋଲି ମୁଁ ଆଶା କରେ ଏବଂ ସେ ସୋରଡ଼ା ବନାଞ୍ଚଳ ଅଧୀନରେ ଚାଲିଥିବା ସମସ୍ତ କାମକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବେ ବୋଲି ଆଶା ।

ରିପୋର୍ଟ : ସୁମୀତ ପଟ୍ଟନାୟକ