ରାୟଗଡ଼ାରେ ଗୌତମନଗର ଲୁଟ ଘଟଣାର ପର୍ଦ୍ଧାଫାସ କଲା ପୋଲିସ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସହର ଗୌତମ ନଗର ଷଷ୍ଠ ଗଳିରେ ହୋଇଥିବା ଚୋରି ଘଟଣା ପଦ୍ଧାଫାସ କରିଛି ପୋଲିସ । ଘଟଣାରେ ରାୟଗଡା ପୋଲିସକୁ ଆଜି ବଡ ସଫଳତା ମିଳିଛି । ଉକ୍ତ ଚୋରି ମାମଲାରେ ଲିପ୍ତ ୨ଜଣ ଅନ୍ତରାଜ୍ୟ ଲୁଟେରାଙ୍କୁ ଧରିଛି ପୋଲିସ । ଅଭିଯୁକ୍ତଙ୍କ ନାରେ ରାୟଗଡା ସମେତ ଅନ୍ୟ ପଡୋଶୀ ଜିଲ୍ଲାର ବିଭିନ୍ନ ଚୋରି ମାମଲାରେ ନା ଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା । ଗତ ଡିସେମ୍ବର ମାସ ୨୭ତାରିଖରେ ଅଭିଯୋଗକାରୀ ଘର ଲୋକେ ପୁରୀ ସ୍ଥିତ ନିଜ ପୌତ୍ରିକ ବାସ ଭବନକୁ ଯାଇଥିଲେ । ସେଠାରେ ନିଜ ବୃଦ୍ଧବାପାଙ୍କ ଶେଷକୃତ୍ୟ ସମ୍ପନ କରି ଗତ ୭ତାରିଖ ଦିନ ରାୟଗଡା ଅଭିମୁଖେ ଫେରିଥିଲେ । ତେବେ ଘରେ କେହି ନଥିବା ସୁଯୋଗ ପାଇ ଦୁର୍ବୁତ୍ତ ତାଲା ଭାଙ୍ଗି ଘର ଭିତରେ ପଶି କଳାକନା ବୁଲାଇଥିଲେ । ଅଭିଯୋଗକାରୀ ଘରେ ପହଞ୍ଚି ଲୁଟ ହୋଇଥିବା ଦେଖି ମାମଲା ସଂକ୍ରାନ୍ତରେ ପୋଲିସ ନିକଟରେ ଲିଖିତ ମାମଲା ଦାୟର କରିଥିଲେ । ଘଟଣାକୁ ଗୁରତର ସହ ନେଇ ପୋଲିସ ଘଟଣାରେ ଜୋରଦାର ତନାଘନା ଆରମ୍ଭ କରିଥିଲା । ଖୁବକମ ସମୟରେ ପୁଲିସ ସୁରାକ ପାଇ ମାମଲାରେ ସଂସ୍ଲିଷ୍ଟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଜାଲ ବିଛାଇ ଧରିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କ ଠାରୁ ଲୁଟ ହୋଇଥିବା ସୁନା ଗହଣା, ଗୋଟିଏ ନେକ୍ଲେସ ଓ କାନଫୁଲ ଏବଂ ନଗଦ ୨୦ହଜାର ଟଙ୍କା ପୋଲିସ ଜବତ କରିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ଏଥିସହିତ ଘଟଣାରେ ବ୍ୟବହୃତ ଦୁଇଗୋଟି ମୋଟର ବାଇକକୁ ପୋଲିସ ଜବତ କରିଥିବା ଜଣାଯାଇଛି । ତେବେ ଏହି ଦୁଇ ଦୃର୍ବୁତ୍ତ ରାୟଗଡା ଥାନାରେ ଗତ ବର୍ଷ ଜୁଲାଇ ମାସରେ ଦାୟର ଏକ ଚୋରି ମାମଲାରେ ସୁନା ଗହଣା ଲୁଟି ଘଟଣାରେ ଅଭିଯୁକ୍ତ ଥିବା ଜଣାଯାଇଛି । ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ ରାୟଗଡା ଜିଲ୍ଲା ପୁଲିସ ସମେତ ଜଗତସିଂପୁର ଜିଲ୍ଲାରେ ଘଟଇଥିବା ବିଭିନ୍ନ ଅପରାଧିକ ମାମଲାରେ ସଂମ୍ପୃକ୍ତି ରହିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶର୍ମା ଖବରଦାତା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଉକ୍ତ ସମ୍ବାଦିକ ସମ୍ମିଳନୀରେ ରାୟଗଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ଥାନା ଭାରପ୍ରାପ୍ତ ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ସମେତ ଉପରୋକ୍ତ ମାମଲା ତଦନ୍ତକାରୀ ଅଧିକାରୀ ମାନସ ରଞ୍ଜନ ସାହୁ, ଶିବଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।