ରାୟଗଡ଼ାରେ ଇ-ଷ୍ଟାମ୍ପିଂ କେନ୍ଦ୍ରର ଶୁଭାରମ୍ଭ…

ରାୟଗଡ଼ା(ସମୃଦ୍ଧ ଓଡିଶା)ରାୟଗଡ଼ା ଜିଲ୍ଲା ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପରିସରରେ ଇ-ଷ୍ଟାମ୍ପିଂ ବିକ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଯାଇଛି। ମୁଖ୍ୟ ଅତିଥି ରୂପେ ରାୟଗଡା ସବରେଜିଷ୍ଟ୍ରାର ପ୍ରତାପ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ଜମିଜମା କ୍ରୟ ବିକ୍ରୟ ସମୟରେ ଏହି ଇ-ଷ୍ଟାମ୍ପିଂ ବ୍ୟବସ୍ଥା ଲୋକଙ୍କୁ ସୁବିଧା ଯୋଗାଇବା ସହ ସରକାରଙ୍କ ରାଜସ୍ବ ଆଦାୟରେ ସ୍ବଚ୍ଛତା ଆଣାପାରିବ  ବୋଲି ସୂଚନା ମିଳିଛି । ଏହାଦ୍ୱାରା ଗୋଟିଏ ପୃଷ୍ଟାରେ ଅଧିକ ଅର୍ଥର ଷ୍ଟାମ୍ପ୍ ଲାଗିପାରିବ। ଏଥିସହ ସହଜରେ କୌଣସି ଅସାଧୁ ବ୍ୟକ୍ତି ଏହି ଷ୍ଟାମ୍ପର ନକଲ କରିପାରିବେ ନାହିଁ । ଏବଂ ଉକ୍ତ ଷ୍ଟାମ୍ପ୍ ହଜିଲେ ସହଜରେ ଏହା ମିଳିପାରିବ ବୋଲି ଜଣାଯାଇଛି। ଦେଶର ୨୧ଟି ରାଜ୍ୟରେ ଇ-ଷ୍ଟାମ୍ପିଂର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାରେ ରାୟଗଡ଼ା ଜିଲ୍ଲାକୁମିଶାଇ ୨୩ଟି ସ୍ଥାନରେ ଇ-ଷ୍ଟାମ୍ପିଂ ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଇ-ଷ୍ଟାମ୍ପିଂ ବ୍ୟବସ୍ଥାର ଆଞ୍ଚଳିକ ମ୍ୟାନେଜର ବିପିନ ଲବିହାରୀ ସାହୁ, କଟକ ଶାଖା ପ୍ରବନ୍ଧକ ଅକ୍ଷୟ କୁମାର ଚାନ୍ଦ ଓ ଏକଜୁକୁୟଟିଭ୍ ମ୍ୟାନେଜର ବିଭୁ ପ୍ରସାଦ ଭୁତିଆଙ୍କ ଉଦ୍ୟମରେ ରାୟଗଡାଠାରେ ଇ-ଷ୍ଟାମ୍ପିଂ ବିକ୍ରୟ କେନ୍ଦ୍ର ଖୋଲା ଯାଇଥିବା ସୂଚନା ମିଳିଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ