ରାଶିଫଳ

ରବି ଓ ସୋମବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ଚିନ୍ତା ମୁକ୍ତ ରହିବେ। ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

ମେଷ: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଅଯଥା ଖର୍ଚ୍ଚ ବଢ଼ିବ।

ବୃଷ: ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ପରିବାରରେ ହସ ଖୁସିର ବାତାବରଣ ରହିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଅସୁସ୍ଥତା ଅନୁଭବ କରିବେ।

କର୍କଟ: ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

ସିଂହ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପଦନ୍ନୋତିର ଯୋଗ ରହିଛି।

କନ୍ୟା: ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।

 ତୁଳା: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବ। ଧାର୍ମିକ ସ୍ଥାନକୁ ଯାଇପାରନ୍ତି।

 ବିଛା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଯାନବାହନ ଦୁର୍ଘଟଣା ଯୋଗ ରହିଛି, ସତର୍କ ରୁହନ୍ତୁ।

 ଧନୁ: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

 ମକର: ଦିନଟି ଭଲରେ କଟିବ। ଋଣ ଦିଅନ୍ତୁ ନାହିଁ। ପରିବାରରେ ହସ ଖୁସିର ବତାବାରଣ ରହିବ।

 କୁମ୍ଭ: ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ।

 ମୀନ: ଚିନ୍ତିତ ରହିବେ। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେଇ ପାରନ୍ତି। ଆର୍ଥିକ ସ୍ଥିତ ଭଲ ରହିବ।