ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ସାଥ ଦେବ। ପ୍ରିୟବନ୍ଧୁଙ୍କ ସହିତ ଧର୍ମକ୍ଷେତ୍ରକୁ ଯାଇପାରନ୍ତି। ଆପଣଙ୍କ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ। କୌଣସି ନୂଆ ସୁଯୋଗ ମିଳିବ। ପରିବାରଜନଙ୍କ ଠାରୁ ଖୁସି ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ଶ୍ରୀକୃଷ୍ଣ।

ବୃଷ: ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି। ସ୍ଥଗିତ ଥିବା କାମ ପୂରା କରିବେ। ସଡ଼କରେ ବାହନ ଚଳାଇବା ସମୟରେ ସଚେତନ ରହନ୍ତୁ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରି ପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ଆପଣଙ୍କ ପାଇଁ ସମୟ ଅନୁକୂଳ। ଉଚ୍ଚ ପଦାଧିକାରୀଙ୍କ ସହଯୋଗ ସରଳତାରେ ପ୍ରାପ୍ତି ହେବ। ବେପାରରେ ବଡ଼ ସଉଦା ପାଇଁ ସ୍ୱାକ୍ଷର କରିବେ। ସୁଖସୁବିଧା ଓ ମନୋରଂଜନଧର୍ମୀ କାର୍ଯ୍ୟରେ ଧନ ଖର୍ଚ୍ଚ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଗୁପ୍ତେଶ୍ୱର।

କର୍କଟ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଶତ୍ରୁଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ସିଂହ: ସକାରାତ୍ମକ ଭାବନାରେ ରହନ୍ତୁ। କୌଣସି ବିବାଦକୁ ପଶନ୍ତୁ ନାହିିଁ। ବ୍ୟବସାୟରେ ଉନ୍ନତି ହେବ। ନେତାଙ୍କ ସହିତ ସଂପର୍କ ମଜଭୁତ ହେବ। ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସୁରେଶ୍ୱରୀ।

କନ୍ୟା: ଆଜି ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିବେ। ପୁରୁଣା ମନସ୍କାମନା ପୂରଣ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଅମ୍ବିକା।

ତୁଳା: ଚାକିରିରେ ଏକ ମନଲାଖି ପରିବର୍ତ୍ତନ ହୋଇପାରେ। ଉଚ୍ଚ ଅଧିକାରୀଙ୍କ ସହିତ ବୁଝାମଣା ଭଲ ରହିବ। ସନ୍ତାନ ପ୍ରସଙ୍ଗରେ ଚିନ୍ତା ଦୂର ହେବ। ସମସ୍ତଙ୍କ ସହିତ ଖୁସି ବାଣ୍ଟିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ମହାମୃତ୍ୟୁଞ୍ଜୟଶ୍ୱର।

ବିଛା: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଯେଉଁ କାମର ଶୁଭାରମ୍ଭ କରିବେ, ତାହା ଆପଣଙ୍କୁ ଭବିଷ୍ୟତରେ ଭଲ ଫଳ ଦେବ। କୌଣସି ଶୁଭ ସୂଚନା ମିଳିବା ହେତୁ ଖୁସି ରହିବେ। ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ଯ୍ୟଦେବ।

ଧନୁ: ଜୀବନକୁ ସକାରାତ୍ମକ ବନାନ୍ତୁ। ଆଜି ଆପଣ ଯାହା ବି କରିବେ ସଫଳ ହେବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ପ୍ରିୟବନ୍ଧୁଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ପରିବାରରେ ସୁଖ, ଶାନ୍ତି ରହିବ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରେ। ଟ୍ରାଭେଲ ଏଜେନ୍‌ସି ଲୋକଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଲିଙ୍ଗରାଜ।

କୁମ୍ଭ: ଆପଣଙ୍କ ପ୍ରତିଭାରୁ ବଡ଼ ଲାଭ ହେବ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

ମୀନ: ବ୍ୟକ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଚାକିରି ପରିବର୍ତ୍ତନ କରିବା ଲାଗି ଚାହୁଁଥିବା ଲୋକମାନଙ୍କ ପାଇଁ ଦିନଟି ଭଲ। ପ୍ରେମ ଓ ସହଯୋଗ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦିଅନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା