ରାଶିଫଳ

ମେଷ: ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତବ୍ୟକ୍ତି ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। କର୍ମରେ ଉନ୍ନତି ଘଟାଇ ପାରନ୍ତି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ରାଜତୁଲ୍ୟ, ପରୋପକାରୀ ବିବିଧ ଧନଯୁକ୍ତ ହେବେ।

ବୃଷ: କୃର୍ତ୍ତିକା ଓ ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତି ପଛଘୁଞ୍ଚା ନଦେଇ ଆଗକୁ ବଢ଼ିବେ। ଲୋଭଗ୍ରସ୍ତ ହେବେ। ସର୍ବାଙ୍ଗୀଣ ଉନ୍ନତି ଘଟିପାରେ। ରାଜ୍ୟମାନ୍ୟ ମିଳିପାରେ। ମୃଗଶିରା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ମାତ୍ରାର ଫଳ ପାଇବେ।

ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟରେ ସଫଳତା ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ଆଶା ଫଳବତୀ ହୋଇପାରେ। ଗୁରୁଜନମାନଙ୍କଠାରୁ ଆଦର ସମ୍ମାନ ଲାଭ କରିପାରନ୍ତି। ପୁନର୍ବସୁ ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଫଳ।

କର୍କଟ: ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି ଶତ୍ରୁନାଶ କରି ନିଶ୍ଚିନ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ପ୍ରିୟପାତ୍ର ହେବେ। ବ୍ୟବସାୟ ଲାଭଜନକ ହେବ। ପୁନର୍ବସୁ ଓ ଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।

ସିଂହ: ମଘା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଓ ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତବ୍ୟକ୍ତି ବହୁ ଶୁଭଫଳ ପାଇବେ। ଦେଖା ଦେଇଥିବା ବିପଦ ଦୂରେଇ ଯିବା। ଆୟ ଆଶାନୁରୂପ ହୋଇପାରେ। ଉତ୍ତମ ଭୋଜନ ମିଳିବ। ପୂର୍ବାଫାଲ୍ଗୁନୀର ସାମାନ୍ୟ ଫଳ।

କନ୍ୟା: ଉତ୍ତରା ଫାଲଗୁନୀ ଓ ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ଲୋଭଗ୍ରସ୍ତ ହେବେ। ସତର୍କରେ ଚଳିଲେ ସବୁ ବିପଦକୁ ଏଡ଼ାଇ ଆଗକୁ ବଢ଼ିବେ। ବିଭିନ୍ନ ସ୍ତରରୁ ପ୍ରଶଂସା ମିଳିବ। ଆଶାନୁରୂପ ହେବ। ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ତୁଳା: ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି ମନରେ ପ୍ରସନ୍ନତା ଦେଖା ଦେବ। ଭାଗ୍ୟବାନ ହେବେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ନୂତନ କାର୍ଯ୍ୟ ହାତକୁ ନେଇ ତା’ର ସୁପରିଚାଳନା କରିବେ। ଚିତ୍ରା ଓ ବିଶାଖାନକ୍ଷତ୍ରର ସାମାନ୍ୟ ଶୁଭ।

ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ବହୁ ସୁଖର ଅଧିକାରୀ ହେବେ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭ।

ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ସୁଖ-ସନ୍ତୋଷ ଲାଭ କରିବେ। ପାରିବାରିକ ସୁଖ ମିଳିବ। ସାମର୍ଥ୍ୟର ପରିପ୍ରକାଶ ଘଟିବ। ଧନାଗମର ସୂଚନା ମିଳୁଛି। ଧର୍ମ ମାର୍ଗରେ ଚଳିବେ। ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ଶୁଭ।

ମକର: ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି ବ୍ୟବସାୟରେ ଲାଭବାନ ହୋଇପାରନ୍ତି। କର୍ମକ୍ଷେତ୍ରରେ ବହୁ ଶୁଭଫଳ ଆଶା କରାଯାଏ। କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ। ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି କର୍ମ ଫଳ ଭୋଗ କରିପାରନ୍ତି।

କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ଗୁରୁଜନମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ଲାଭ କରିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ଉନ୍ନତି ମାର୍ଗରେ ଆଗକୁ ବଢ଼ିପାରନ୍ତି। ଧନିଷ୍ଠା ଓ ପୂର୍ବ ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ଶୁଭ।

ମୀନ: ଉତ୍ତର ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ଅନ୍ୟମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ସକ୍ଷମ ହେବେ। ବ୍ୟବସାୟ ଲାଭ ଜନକ ହେବ। ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଫଳ