ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ଉଦଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ରାମଲିଙ୍ଗେଶ୍ୱର ବନ୍ଦ ପ୍ରମୋଦ ଉଦ୍ୟାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ମଝିରେ ୩୦ ଫୁଟ ଉଚ୍ଚର ଏବଂ ୧୨ ଲକ୍ଷ ଟଙ୍କା ବ୍ୟୟରେ ଶିବଙ୍କ ଏକ ମୂର୍ତ୍ତି ସ୍ଥାପନ ହୋଇଛି । ମୋଟ ୧୫୦୦ ବର୍ଗ ମିଟର ଅଞ୍ଚଳର ବଗିଚା ରହିଛି । ସର୍ବସାଧାରଣଙ୍କ ପାଇଁ ୬୫୦ମିଟର ଚଲାପଥ ନିର୍ମାଣ ସହ ୱାଟର୍ ସ୍ପୋର୍ଟ୍ସ, ବୋଟିଂ ରହିଛି । ଏହି ପ୍ରମୋଦ ଉଦ୍ୟାନର ଚାରିପାଖ ଚଲାପଥ ନିର୍ମାଣ ହୋଇଛି । ଯିବା ଆସିବା ନିମନ୍ତେ ଦୁଇଟି ଫାଟକ ରହିଛି । ଗ୍ୟାଲେରୀରେ ଲୋକମାନେ ବସିବା ପାଇଁ ବ୍ୟବସ୍ଥା ସହ ୪ଟି ରେଷ୍ଟ ସେଡ ମଧ୍ୟ ନିର୍ମାଣ କରାଯାଇଛି । ପୋଖରୀ ଭିତରେ ଖାଦ୍ୟ ସାମଗ୍ରୀ ବିକ୍ରୟ ନିମନ୍ତେ ବ୍ୟବସ୍ଥା ଓ ପାନୀୟ ଜଳ ଭଳି ଅନେକ ସୁବିଧା ରହିଛି । ବଗିଚାରେ ଘାସ ଓ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି । ଏବେ ଏହା ସହରବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ପୋଖରୀରେ ଆଜି ସନ୍ଧ୍ୟାରେ ରଙ୍ଗାରଙ୍ଗ ବାଣର ଶବ୍ଦ ସାଙ୍ଗକୁ ସାଉଣ୍ଡ ବକ୍ସର ତାଳେ ତାଳେ ଲାଇଟର ଡିନ୍ସ ଲୋକଙ୍କ ମନମୁଗ୍ଧ କରିଛି ଏହି ଉଦଘାଟନ ସ୍ଥଳରେ ଜଙ୍ଗଲ ପରିବେଶ ସାଂସଦିୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ସିନ୍ଧେଦତ୍ତlତ୍ରେୟ ଭାଉସାହେବ ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦାର, ଉପଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ, ଏସପି ପିନାକ ମିଶ୍ର ସମେତ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପରିବେଶବିତ ସୁବାଷ ମହାରଣା ପୂର୍ବତନ ମେୟର କେ. ମାଧବୀ ପ୍ରମୂଖ ଉପସ୍ଥିତ ଥିଲେ । ଏହି ପାର୍କ ପୂର୍ବରୁ ଆବର୍ଜନାମୟ ରାମଲିଙ୍ଗେଶ୍ୱର ପୋଖରୀ ଭାବେ ଥିଲା ତାହାକୁ ପୁନଃଉଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୬ମସିହା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଜି ତାହା ଉଦଘାଟିତ ହୋଇଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା