ରାମନାରାୟଣ ମହାବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଡୁରା ରାମନାରାୟଣ ମହାବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆରମ୍ଭରେ ସାଂସ୍କୃତିକ ବିଭାଗର ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅତିଥି ମାନଙ୍କ ଦ୍ୱାରା ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଅନୁଷ୍ଠାନର ଉନ୍ନତି କାମନା କରି ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇ ମୁଖ୍ୟ ଅତିଥି ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଦ୍ୱାରା ଅନୁଷ୍ଠାନର ବାର୍ଷିକ ମ୍ୟାଗାଜିନ ଉନ୍ମୋଚନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ +୨ ଅଧ୍ୟକ୍ଷ ବିଧୁଭୂଷଣ ନାୟକ ଏବଂ +୩ ଅଧ୍ୟକ୍ଷ ଡ଼. ପୀନାକି ମହାନ୍ତିଙ୍କ ଦ୍ୱାରା ବାର୍ଷିକ ବିବରଣୀରେ ପାଠ କରାଯାଇଥିଲା । କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ (ଅନୁଷ୍ଠାନ ପରିଚାଳନା କମିଟିର ସଭାପତି) ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ଗଠନରେ ଶିକ୍ଷାର ଭୂମିକା ଏବଂ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀମାନଙ୍କ ଦାୟିତ୍ୱବୋଧ ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଡ଼.ସୁଦର୍ଶନ ସାହୁ, ଅମରରଞ୍ଜନ ରଣା, ଡ଼. ଈଶ୍ୱରୀ ପ୍ରସାଦ ସାହୁ, ଡ଼.ସୁଷମା ସାହୁ, ଡ଼. କବିନ୍ଦ୍ର ସେଠି, ଡ଼. ରତ୍ନପ୍ରଭା ସାହୁ, ସନ୍ତୋଷ କୁମାର ପାତ୍ର, ଡ଼. ହରିହର ମୁନି, ଡ଼. ଅଳକା ସାହୁ, ଡ଼. ଗଗନ ବିହାରୀ ପୁରୋହିତ, ଶ୍ରୀମତୀ ଅର୍ଚନା ପାଣିଗ୍ରାହୀ, ବାଳମୁକୁନ୍ଦ ପଟ୍ଟନାୟକ, କୃଷ୍ଣ ଚରଣ ପାଣିଗ୍ରାହୀ, ଡ଼. ରାଜେଶ କୁମାର ପଶୁପାଳକ, ଶ୍ରୀମତୀ ଉଷାରାଣି ବ୍ରହ୍ମା, ଶ୍ରୀମତୀ ସଂଯୁକ୍ତା ପଣ୍ଡା ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ ସୁରେଶ କୁମାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା