ରାଧାନାଗର କ୍ଲବ ପକ୍ଷରୁ ୨ଦିନିଆ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରସ୍ଥିତ ଶାନ୍ତିଆ ଷ୍ଟିଡିୟମରେ ରାଧାନାଥ କ୍ଲବ ପକ୍ଷରୁ ୨ଦିନ ବ୍ୟାପି ଫୁଟବଲ ଟୁର୍ଣ୍ଣମେଣ୍ଡ ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଏଥିରେ ଓଡିଶା ଓ ପଶ୍ଚିମବଙ୍ଗର ୧୬ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ଖେଳ ମୟୂରଭଞ୍ଜର ଏମ୍ଟିଏଲ କ୍ଲବ ଓ କୃଷ୍ଣନଗରର ହେଡ୍ ଏଣ୍ଡ ସଲଡାର୍ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏମଟିଏଲ୍ କ୍ଲବ ସମ୍ପିଆନ ହୋଇ ଥିବା ବେଳେ ହେଡ୍ ଏଣ୍ଡ ସଲଡାର୍ ଏକାଦଶ ରନର୍ସଅପ ହୋଇଥିଲା । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଅଧ୍ୟାପକ ଅନନ୍ତ ଦାସ ପୌରହିତ୍ୱ କରିଥିଲେ । ମୁଖ୍ୟ ଅତିଥିରୂପେ ଜଳେଶ୍ୱର ଏସଡ଼ିପିଓ ଅଙ୍କିତା କୁମ୍ଭାର, ମୁଖ୍ୟବକ୍ତା ରୂପେ ଓୟୁଏଟିର ପ୍ରଫେସର ଡ. ରଂଜନ କୁମାର କର, ସମ୍ମାନୀତ ଅତିଥିରୂପେ ଜିଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଜୟୀ ଟିମକୁ ୧୦୦୦୧ ଟଙ୍କା ଓ ଚମ୍ପିଆନ୍ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ ଟିମକୁ ୮୦୦୧ଟଙ୍କା ଓ ରନର୍ସଅପ ଟ୍ରଫି ପ୍ରଦାନ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ ରାଧାନଗର କ୍ଲବର ସଭାପତି ଗୋବିନ୍ଦ ହାଁସଦ ସ୍ୱାଗତ ଭାଷଣ ପ୍ରଦାନ କରିୀଥିବା ବେଳେ ସଂପାଦକ ଅଜୟ ମାରାଣ୍ଡି ବିବରଣୀ ପ୍ରଦାନ କରିଥିଲେ । ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦର ସଭପେତିଦିବାକର ହାଁସଦା ଶାନ୍ତାଳି ଭାଷାକୁ ସମ୍ବିଧାନର ୮ମ ପରିଚ୍ଛେଦରେ ଆଜିର ଦିନରେ ସାମିଲ କରାଯାଇଥିବାରୁ ସମଗ୍ର ଦେଶରେ ଏହା ବିଜୟ ଦିବସ ରୂପେ ପାଳନ ହେଉଛି ବୋଲି ବର୍ଣ୍ଣନା କରିଥିଲେ । ଶେଷରେ ନବ ହାଁସଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବଜ୍ୟୋତି କ୍ରିଡା ପରିଷଦର ସରୋଜ, ତାରକ, ପ୍ରମୁଖ କର୍ମକର୍ତ୍ତମାନେ ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା