ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଜଳେଶ୍ଵରରୁ ଦିବ୍ୟଜ୍ୟୋତି କୁଇଲା ମନୋନୀତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଗତ ଜୁଲାଇ ୨୫ ତାରିଖ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୩ ଗୋଟି ବିଭାଗରେ ଜିଲ୍ଲା ସ୍ତରୀୟ ଭର୍ଚୁଆଲ ମାଧ୍ୟମରେ ପ୍ରତିଯୋଗୀତା ହୋଇଥିଲା, ସେହି ପ୍ରତିଯୋଗିତାରେ ବାଲେଶ୍ୱର ଜିଲ୍ଲାରୁ ୩ଟି ବିଭାଗରୁ ୬ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ମନୋନୀତ ହୋଇ ଥିବା ବେଳେ ଜଳେଶ୍ଵର ବ୍ଲକରୁ ଜଣେ ମାତ୍ର ଛାତ୍ର ଅଗ୍ରୱାଲା ସୀମାନ୍ତ ଉଚ୍ଚ ବିଦ୍ୟାଳୟ, ଜଳେଶ୍ଵରର ନବମ ଶ୍ରେଣୀ ଛାତ୍ର ଦିବ୍ୟଜ୍ୟୋତି କୋଇଲା ସାହିତ୍ୟ ସମ୍ପର୍କିତ ବକ୍ତୃତାରେ ମନୋନୀତ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ ପ୍ରାଚୀ ତନୟା ଗିରି ଜିଲ୍ଲା ସଂସ୍କୃତି ବିଭାଗକୁ ଚିଠି ନମ୍ବର-୮୮୨୯ ତା-୧୯/୭/୨୦୨୧ ରିଖ ମୂଳେ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ଦିବ୍ୟଜ୍ୟୋତି ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେ ବ୍ଲକ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ, ବ୍ଲକ ସ୍ତରୀୟ ଗଣିତ ମେଧାବୃତ୍ତି (ପଠାଣି ସାମନ୍ତ)ରେ ପ୍ରଥମ, ନବୋଦୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ, ସାଇନ୍ସ ଇନିଷ୍ପ୍ରେୟାର ଆୱାର୍ଡ଼- ୬ଷ୍ଠ ଶ୍ରେଣୀ ଓ ୮ମ ଶ୍ରେଣୀ ରେ ୧୦ ହଜାର ଲେଖାଏଁ ବୃତ୍ତି, ନୃତ୍ୟରେ ଆନ୍ତର୍ଜାତୀୟ ସ୍ତରରେ ଅନଲାଇନ୍ ଦ୍ଵାରା-୧ମ ସ୍ଥାନରେ ୩ଥର, ୨ୟ ସ୍ଥାନରେ ୧ଥର, ୩ୟ ସ୍ଥାନରେ ୩ ଥର ଓ ୪ର୍ଥ ସ୍ଥାନରେ ୨ ଥର  ଏବଂ ଜାତୀୟ ସ୍ଥରରେ ପ୍ରଥମ ସ୍ଥାନରେ ୧୨ଟା, ଦ୍ଵିତୀୟ ସ୍ଥାନରେ ୧୦ଟା, ତୃତୀୟ ସ୍ଥାନରେ ୪ ଟା, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ୧୪ ଟା ଆୱାର୍ଡ଼ ପାଇଥିବା ବେଳେ ନୃତ୍ୟ କଳାମଣି ସମ୍ମାନ, ନୃତ୍ୟ ନିପୁଣତା ସମ୍ମାନ, କନକ ଡେନସିଂ ଷ୍ଟାର ସମ୍ମାନ, ନୃତ୍ୟ ପ୍ରଭାକର ସମ୍ମାନ, ନୃତ୍ୟ ତିଳକ ସମ୍ମାନ, ନୃତ୍ୟ କଳାଶ୍ରୀ ସମ୍ମାନ ପାଇଛନ୍ତି । ଏତଦବ୍ୟତୀତ ଆଞ୍ଚଳିକ ଓ ବ୍ଳକ ସ୍ତରୀୟ ନୃତ୍ୟ କୁଇଜ୍, ବକ୍ତୃତା, ପ୍ରବନ୍ଧ, ଶ୍ଳୋକ ଆବୃତ୍ତିରେ ସମ୍ମାନୀତ ହୋଇ ପାରିଛନ୍ତି । ଏହିପରି ୨ ଶହରୁ ଅଧିକ ଟ୍ରଫି ସହିତ ମାନପତ୍ର ଓ ପୁରସ୍କାର ରାଶି ମଧ୍ୟ ପାଇ ସେ ରାଇବଣିଆ ଓ ଜଳେଶ୍ଵର ଅଞ୍ଚଳକୁ ଗର୍ବାନୀତ କରି ପାରିଛନ୍ତି । ପିତା ଚନ୍ଦ୍ର ମୋହନ କୁଇଲା ମାକିଡ଼ିଆ ସରକାରୀ ଉନ୍ନୀତ ବିଦ୍ୟାଳୟରେ ଶିକ୍ଷକ ଥାଇ ବର୍ତ୍ତମାନ ନାମ୍ପୋ ଜୋନରେ ସିଆରସିସି ଭାବେ ଅବସ୍ଥାପିତ ଓ ମାତା ଜ୍ୟୋସ୍ନା ରାଣୀ ବେହେରା, ବିଶ୍ୱେଶ୍ୱର ସରକାରି ଉ:ପ୍ରା: ବିଦ୍ୟାଳୟ କୁଆଁରପୁରରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ପୁତ୍ର ଦିବ୍ୟଜ୍ୟୋତି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଖବର ପାଇ ଜଳେଶ୍ଵର ଓ ରାଇବଣିଆ ଅଞ୍ଚଳରୁ ବହୁ ଜ୍ଞାନୀ ଗୁଣି ବ୍ୟକ୍ତିଙ୍କ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି ।

ରିପୋର୍ଟ : ଭୂପତି ପରିଡା