ରାଜ୍ୟ ସ୍ତରୀୟ “ଓଡ଼ିଆ ସ୍ଵାଭିମାନ ସମ୍ମାନ” କାର୍ଯ୍ୟକ୍ରମ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରଥମ ରାଜ୍ୟ ସ୍ତରୀୟ “ଓଡ଼ିଆ ସ୍ଵାଭିମାନ ସମ୍ମାନ” କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ଶିବ କୁମାର ପଟନାୟକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗୋବିଗ୍ୟାନ ଫାଉଣ୍ଡେସନ ଓ କଳା ବିକାଶ କେନ୍ଦ୍ର ଛତ୍ରପୁର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା କୃଷି ବିପଣନ ନିଗମ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ମୂଖ୍ୟ ଅତିଥି ଭାବେ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଭକ୍ତ ତ୍ରିପାଠୀ ଓ ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ତଥା ଛତ୍ରପୁର ରୋଟାରୀ କ୍ଳବ ସଭାନେତ୍ରୀ ଏସ ରେଖା ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଳା ବିକାଶ କେନ୍ଦ୍ରର ସଭାପତି ଇଂ ରାମଚନ୍ଦ୍ର ପଟନାୟକ, ଇପଦେଷ୍ଟା ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଗୋ ବିଗ୍ୟାଂନ ଫାଉଣ୍ଡେସନର ଅଧ୍ୟକ୍ଷ ଡା. ନିରାକାର ବେହେରା ମଞ୍ଚାସୀନ ଥିଲେ । ଭାରତୀୟ ପରମ୍ପରାରେ ପ୍ରାଚୀନ କାଳରୁ ଗୋସମ୍ପଦର ମହତ୍ୱ ଆବାହମାନ କାଳରୁ ରହି ଆସିଛି ଏବଂ ଏହି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ଓଡିଶାର କୋଣ ଅନୁକୋଣରୁ ଚିହ୍ନଟ କରି ସେମାନଙ୍କୁ ଏକ ମଞ୍ଚରେ ଅନ୍ୟ କ୍ଷେତ୍ରର ପ୍ରତିଭାଙ୍କ ସହ ସମ୍ମାନିତ କରିବା ଭଳି କାର୍ଯ୍ୟକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ଜାତୀୟ କାର୍ଯ୍ୟକ୍ରମରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଡା. ନିରାକାର ବେହେରାଙ୍କ ଲିଖିତ “ଗୋ ବିଗ୍ୟାଂନ” ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହା ସହିତ ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ପୁରୀର ମହେଶ୍ୱର ଦାଶ, ପାରମ୍ପରିକ ବୈଦ୍ୟ ରାଇରଙ୍ଗପୁରର ସଞ୍ଜୟ କୁମାର ପଟ୍ଟନାୟକ, ଗାଳ୍ପିକ, କବି ଓ ନାଟ୍ୟକାର ଶୈଳବାଳା ପାଣିଗ୍ରାହୀ, ନାଟ୍ୟ ନିର୍ଦ୍ଦେଶକ ଗଜେନ୍ଦ୍ର ପ୍ରସାଦ ନାୟକ (ଭୂବନେଶ୍ୱର), ଓଡିଶୀ ନୃତ୍ୟ ଗୁରୁ ଗଜେନ୍ଦ୍ର ପଣ୍ଡା, ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀମତି କବିତା ମହାନ୍ତି, କବି ସୁଶାନ୍ତ ଦାଶ, ସମାଜସେବୀ ଅନୁରାଧା ଦାଶ (ଭୂବନେଶ୍ୱର), ଚିତ୍ରକଳା ଓ ସାହିତ୍ୟ ପାଇଁ ସଞ୍ଜୟ ଭଟ୍ଟ, ଗଣମାଧ୍ୟମ ବ୍ୟକ୍ତିତ୍ୱ ଜୟନ୍ତ ସେଠ୍ (ନିଉଜ18), ଗାଳ୍ପିକ ଡଃ. ମଣିରାମ ଜେନା, କଣ୍ଠଶିଳ୍ପୀ ଡଃ. ପ୍ରବୀର କେଶରୀ ପ୍ରଧାନ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ଗୁରୁ ଗଣେଶ ପଟ୍ଟନାୟକ, ଜୈବିକ କୃଷି ପାଇଁ ଏ ଟଙ୍କଧର ଦୋରା, ପ୍ରାଣୀ ଚିକିତ୍ସା ବିଜ୍ଞାନୀ ଡା. ବଳରାମ ସାହୁ, ଗୋ ସେବକ ବନମାଳୀ ସାହୁ (ପାଇକମାଳ), ପ୍ରମୋଦ ରାଉତ (ଚୌଦ୍ଵାର), ଗୋ ବଂଶ ସୁରକ୍ଷା ପାଇଁ ରାମକୃଷ୍ଣ ଚୌଧୁରୀ (ମାଲକାନଗିରି), ଗୋ ଉତ୍ପାଦ ପ୍ରଶିକ୍ଷକ ପୁରୀର ସୁମନ୍ତ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ଟାମଣା ସ୍ଥିତ କଳିଙ୍ଗ ଆଶ୍ରମ, ବୌଦ୍ଦ ଜିଲ୍ଲା ବାମଣ୍ଡା ସ୍ଥିତ ମାହେଶ୍ଵରୀ ଜରାଶ୍ରମ ଏବଂ ସୋରଡା ସ୍ଥିତ ସୁରଭି ଗୋଧାମ ଭଳି ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା