ରାଜ୍ୟସ୍ତରୀୟ ୫୦ତମ ଅବକାରୀ ବିଭାଗ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ ୫୦ତମ ଅବକାରୀ ବିଭାଗର ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାୟଗଡା ଜିଲ୍ଲା ବିଜୟ ହାସଲ କରିଛି । କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଗତ ୭ ଓ ୮ ତାରିଖ ଦୁଇଦିନ ଧରି ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ୩୧ଟି ଅବକାରୀ ଜିଲ୍ଲାରୁ ୩୫ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ଲମ୍ବଡିଆଁ, ଉଚ୍ଚ ଡିଆଁ, ଦୌଡ଼ ସଟଫୁଟ, ଡ଼ିସକସ, ଜାଭଲୀନ ଥ୍ରୋ, ଭଲିବଲ ଓ ବ୍ୟାଡ଼ମିଣ୍ଟନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ ପ୍ରତିଯୋଗିତାରେ ରାୟଗଡା ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀ ମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ବିଜେତା ହୋଇଥିବା ବେଳେ ଗଞ୍ଜାମ ଅବକାରୀ ଜିଲ୍ଲା ଉପବିଜେତା ହୋଇଛି । ରାଜ୍ୟ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅବକାରୀ ଶାସନ ସଚିବ ଏସ.କେ.ଲୋହାନୀ, ଅବକାରୀ ଆୟୁକ୍ତ ଏ.କେ.ମଣିକା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ଗଞ୍ଜାମ ଅବକାରୀ ଜିଲ୍ଲା ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା, ଉପବିଜେତା ଗଞ୍ଜାମ ଦଳର ଟ୍ରଫି ଓ ମାନପତ୍ର ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା