ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତରେ କଟକ ଦଳ ଚମ୍ପିୟାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଚାଲିଥିବା ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ଫନାଇଲରେ କଟକ ଦଳ ସୋନପୁରକୁ ହରାଇ ଚମ୍ପିୟାନ ହୋଇଛି l ଚମ୍ପିୟାନ କଟକ ଦଳକୁ ୟୁରୋକିଡ୍ସ ପ୍ରଦତ୍ତ ୱିନର କପ ସହ ନଗଦ ୩୩ ହଜାର ୩୩୩ ଟଙ୍କା ପାଇଥିବା ବେଳେ ରନର୍ସ ଅପ ସୋନପୁର ବି.ଏସ.ଫ କ୍ଲବକୁ ୟୁରୋକିଡ୍ସ ପ୍ରଦତ୍ତ ରନର୍ସ ଅପ ସିଲଡ଼ ସହ ନଗଦ ଅର୍ଥ ୨୨ ହଜାର ୨୨୨ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି l ୟୁରୋକିଡ୍ସ ପ୍ରାୟୋଜିତ ଏହି ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାଷ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯlପନି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଚିକିଟି ବିଧାୟିକା ଉଷା ଦେବୀ, କବିସୂର୍ଯ୍ୟନଗର ବିଧାୟିକା ଲତିକl ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୁର୍ଯ୍ୟମଣି ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ ସାହୁ ଓ ୟୁରୋକିଡ୍ସ ପରିଚାଳନା ନିର୍ଦେଶକ ରଞ୍ଜନ ମହାପାତ୍ର, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଧନଞ୍ଜୟ ରେଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ l ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ରାଜ୍ୟ ଫୁଟବଲ ସଙ୍ଘର ପ୍ରତିନିଧି ମନୋଜ ମଲ୍ଲିକ, ନବୀନ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ବି.ରାଜୁ ବାବୁ, ଡ଼ି ଗଣେଶ୍ୱର ରାଓ,ଏ.ରାବଣା ରାଓ, ରବୀନ୍ଦ୍ର ସାହୁ, ଡି.ଭେଙ୍କେଟ ରାଓ ଦୋରl, ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସମେତ ବହୁ କ୍ରୀଡା ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ l ସହରର ବିଭିନ୍ନ କ୍ରୀଡା କ୍ଷେତ୍ରରେ କାର୍ଯ୍ୟ କରିଥିବା କ୍ରୀଡ଼ାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ‘ସମୃଦ୍ଧ ଓଡିଶା’ ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡାଙ୍କୁ ଫୁଲ ପୁଷ୍ପ ଓ ପାଟ ମଠା ଦେଇ ସମ୍ମାନୀତ କରିଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଆସିକା ସାଂସଦ । ଗୋପାଳ ପଣ୍ଡା ଓ ସୁଜିତ ପାତ୍ରଙ୍କୁ ପାଟ ମଠା ଦେଇ ରିଫେରି ଭାବେ ସମ୍ମାନୀତ କରାଯାଇଥିଲା ବେଳେ କ୍ରିଡାବିତ ରୁଇନା ପଟ୍ଟନାୟକଙ୍କୁ ଫୁଲ ପୁଷ୍ପ ଓ ପାଟ ମଠା ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ସମ୍ପାଦକ ନିମାଇଁ ଚରଣ ପଣ୍ଡା, ଉପସଭାପତି ଟି. ଚନ୍ଦ୍ର ଶେଖର ରାଓଙ୍କ ସମେତ କମିଟି ସଦସ୍ୟ ସୀମା ଗୌଡ, ଅଟଳ ପଟ୍ଟନାୟକ, ଅଜୟ ପରିଡା, ବାବୁଲି ସାହୁ, ଏ. ଆନ୍ୟାୟା, ବାଦଲ୍ ପାଣ୍ଡେ, ଶ୍ରୀକାନ୍ତ ମହାନ୍ତି ପରିଚାଳନା କରିଥିଲେ ।