ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୩ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ପକ୍ଷରୁ ବିଜୁ ପଟ୍ଟନାୟକ ସଂସ୍କୃତ ଭବନ ପରିସରରେ ଅନୁଷ୍ଠିତ କରାଯାଇଛି । ପ୍ରଥମ ଦିନରେ ଓଡ଼ିଶା ନାଟକ ସମାରୋହ ସମିତି ପକ୍ଷରୁ “ଗାନ୍ଧିଙ୍କ ଓଡ଼ିଶା” ନାଟକ ମଞ୍ଚସ୍ଥ ହୋଇଛି । ଯାହାର ନାଟ୍ୟକାର ଅଛନ୍ତି ଶଙ୍କର ତ୍ରିପାଠୀ । ନାଟକକୁ ରାଜୁ ପାଢ଼ୀ ନିର୍ଦ୍ଦେଶନା ଦେଇଥିବାବେଳେ ସହ ନିର୍ଦ୍ଦେଶକ ଭାବେ ରବି ନାରାୟଣ ବେହେରା ଦାୟିତ୍ୱ ତୁଲାଉଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ନାଟ୍ୟ ସଂଘ ଉପଦେଷ୍ଟା ଅଶୋକ କୁମାର କର ଯୋଗ ଦେଇଥିଲେ । ଆଜିର ନାଟକ ମୁଖ୍ୟ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତକୁ ନେଇ କିଭଳି ଉତ୍ସାହ ଉଦ୍ଦୀପନା ଥିଲା ତାହା ଦର୍ଶାଯାଇଛି । ଓଡ଼ିଶା ମାଟିର ଯୁଗଜନ୍ମା ପୁରୁଷ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ନୀଳକଣ୍ଠ ଦାସ, ଗୋପବନ୍ଧୁ ଚୌଧୁରୀ, ହରେକଷ୍ଣ ମହତାବ, ଆଚାର୍ଯ୍ୟ ହରିହର ଏମିତି ଅନେକ ମହାପୁରୁଷଙ୍କ ସହ ମିଳିତ ହୋଇ ଓଡ଼ିଶାର ଦୁର୍ବିକ୍ଷ ଦୂରକରି ଓ ଓଡ଼ିଶାରେ କୁଟୀର ଶିଳ୍ପର ବିକାଶ କରି ଓଡ଼ିଶାକୁ ଉନ୍ନତିର ସୋପାନରେ ପହଞ୍ଚାଇବାକୁ ଯେଉଁ ସ୍ୱଳ୍ପ ଦେଖିଥିଲେ । ତତ୍ ସହିତ ବ୍ରିଟିଶ କବଳରୁ ଭାରତକୁ ମୁକ୍ତ କରିବା ନେଇ ଯେଉଁ “ଅହିଂସା” ଶାନ୍ତି ଓ ମୌତ୍ରୀର ବାର୍ତ୍ତା ପ୍ରଚାର କରିଥିଲେ । ତାହାକୁ ଆଧାର କରି ପରିବେଷିତ ହୋଇଛି ନାଟକ “ଗାନ୍ଧିଙ୍କ ଓଡ଼ିଶା” । ଗାନ୍ଧିଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିହଙ୍ଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଶା ସଂଗୀତ ନାଟକ ସମାରୋହ ସମିତି ପକ୍ଷରୁ ଆୟୋଜିତ ହୋଇଛି । ବିଭିନ୍ନ ଭୂମିକାକୁ ସତ୍ୟବ୍ରତ ଦାସ, ଗିରିଜା ଶଙ୍କର ଦାଶ, କୃଷ୍ଣଚନ୍ଦ୍ର ନିଶଙ୍କ, ବିନାୟକ ହୋତା, ସୁଶିଲ କୁମାର ସ୍ୱାଇଁ, ଚନ୍ଦ୍ରଶେଖର ପଟ୍ଟନାୟକ, ନଳିନୀକାନ୍ତ ଗୌଡ଼, ସନ୍ଦୀପ ପଟ୍ଟନାୟକ, ପ୍ରଶାନ୍ତ ସାହୁ, ଅରୁଣ ସାହୁ, ମନୋଜ ରଥ, ରାମଚନ୍ଦ୍ର ଶାସମଲ, ମିହିର ତ୍ରିପାଠୀ, ସାପା ସିମାଦ୍ରୀ, ରାଜେଶ କୁମାର ନାୟକ, ଅକ୍ଷୟ କୁମାର ଭୂୟାଁ, ମଧୁସୂଦନ ମିଶ୍ର, ପ୍ରତୀରଂଜନ ପ୍ରଧାନ, ସୌମ୍ୟରଂଜନ ରଥ, ଆରତୀ ପାତ୍ର, ଜୟନ୍ତୀ ମିଶ୍ର, କୁନି ପଣ୍ଡା ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମିହିର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଅନିଲ କୁମାର ପାତ୍ର ସଭାପତିତ୍ୱ କରିଥିଲେ । ପ୍ରତାପ ମହାପାତ୍ର, ରମେଶ ଚୌଧୁରୀ, ମଦନ ମିଶ୍ର, ବିମଳ କୃଷ୍ଣ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶୁଭେନ୍ଦୁ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।