ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନାମରେ ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ହେଡ ପୋଷ୍ଟ ଅଫିସ ପ୍ରାଙ୍ଗଣରେ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନାମରେ ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସାଂସଦ, ବିଧାୟକ ଓ ବହୁତ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇଥିଲେ । ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଖଲ୍ଲିକୋଟର ମର୍ଦ୍ଦରାଜ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ଡ଼ଃ ସାକେତ ରାମା ରାଓ, ଛତ୍ରପୁର ସବ୍ କଲେକ୍ଟର ପ୍ରସନ୍ନ କୁମାର ପାତ୍ର, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଖଲ୍ଲିକୋଟ ଏନ.ଏ.ସି. ଅଧ୍ୟକ୍ଷ୍ୟ ଇଂ ନିରଞ୍ଜନ ବେହେରା, ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ଦ୍ର କୁମାର ପରିଡ଼ା, ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଡ଼ଃ ପବିତ୍ରା ସାକେତ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ୍ୟ ଦୈତାରୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହା ସହ ସ୍ବତନ୍ତ୍ର ଡାକ ଲଫାଫା ଉନ୍ମୋଚନର ପ୍ରସ୍ତାବକ ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ପୂଜ୍ୟ ପୂଜା ସାହିତ୍ୟ ସଂସଦର ସମ୍ପାଦକ ମହେଶ୍ୱର ବରଡ଼ ଏବଂ ଡାକ ଟିକଟ ସଂଗ୍ରାହକ ପ୍ରାଣଚାନ୍ଦ ପଣ୍ଡା ଓ ରମେଶ ଚନ୍ଦ୍ର ପୁରୋହିତ ଯୋଗ ଦେଇଥିଲେ । ଅଜିତ କୁମାର ରାଉତ ସ୍ୱତନ୍ତ୍ର ଡାକ ଲଫାଫା ଡିଜାଇନ ପ୍ରସ୍ତୁତ କରିଥିଲେ । ମଞ୍ଚାସୀନ ଅତିଥି ମାନେ ଆଧୁନିକ ଓଡ଼ିଶାର ନିର୍ମାତା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ସ୍ମୃତି ଚାରଣ କରିବା ସହ ମାନ୍ଦ୍ରାଜ ପ୍ରୋଭିନ୍ସ କାଳରେ ଓଡ଼ିଶାକୁ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ମାନ୍ୟତା ହାସଲ କରିବାରେ ବହୁ କ୍ଳେଶ ବରଣ କରିବା ସହ ତାଙ୍କ ଲଢ଼େଇ ବିଷୟରେ ଆଲୋକପାତ କରିଥିଲେ। ପରେ ମଞ୍ଚାସୀନ ଅତିଥି ମାନେ ଡାକ ବିଭାଗ ଦ୍ବାରା ପ୍ରସ୍ତୁତ ସ୍ବର୍ଗତ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନାମରେ ନାମିତ ସ୍ଵତନ୍ତ୍ର ଲଫାଫା ମଞ୍ଚରେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଡାକ ଅଧିକାରୀ, କର୍ମଚାରୀ, ଶତାଧିକ ଡାକ ଗ୍ରାହକ, ପୋଷ୍ଟାଲ୍ ଏଜେଣ୍ଟ, ସାଂସଦ ଓ ବିଧାୟକଙ୍କ ବହୁ ସମର୍ଥକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବ୍ୟବସାୟିକ କାର୍ଯ୍ଯ ନିର୍ବାହୀ ଗୌରହରି ପଣ୍ଡା ପରିଚାଳନା କରିଥିବା ବେଳେ ଛତ୍ରପୁର ପ୍ରଧାନ ଡାକପାଳ ଅଶ୍ଵିନୀ କୁମାର ସ୍ବାଇଁ ଏବଂ ଦକ୍ଷିଣ ଓଡ଼ିଶା ଡାକ ଟିକଟ ସଂଗ୍ରାହକ ସଂଘର କର୍ମକର୍ତ୍ତା ସହଯୋଗ କରିଥିଲେ। ଛତ୍ରପୁର ସହକାରୀ ଡାକ ଅଧୀକ୍ଷକ ସଞ୍ଜୟ କୁମାର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।