ରାଜସ୍ୱ ରଥର ଶୁଭାରମ୍ଭ…

ଛତ୍ରପୁର (ସମୃଦ୍ଧ ଓଡିଶା) କୋଭିଡ୍‌ କଟକଣା ପାଇଁ ସର୍ବସାଧାରଣଙ୍କୁ ଯେକୌଣସି ସରକାରୀ ଅଫିସ ଯିବାକୁ ବାରଣ କରାଯାଇଥିବାରୁ ତହସିଲ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଗାଁ ଗାଁ ରେ ମାଇକ୍ରୋ ଭ୍ରାମ୍ୟମାଣ ସେବା ଯୋଗାଇବା ନିମନ୍ତେ ଭିନ୍ନ ଏକ ପ୍ରୟାସ ଆରମ୍ଭ କରାଯାଇ ଛତ୍ରପୁର ତହସିଲ ପକ୍ଷରୁ ଏକ ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି । ଯାହା କି ପ୍ରତ୍ୟେକ ଲୋକଙ୍କ ଘରକୁ ଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝାବୁଝୀ କରିବ l ତହସିଲଦାର ନୀଳ ମାଧବ ଭୋଇଙ୍କ ତତ୍ବାବଧାନରେ ଏହି ରାଜସ୍ୱ ରଥ ପୋଡପଦର ରଜସ୍ୱ ସର୍କିଲ ବୁଲି ଥିଲା l ସର୍କିଲ ଅଞ୍ଚଳର କିଛି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର କବିରାଜ ଆର୍ଯ୍ୟ, ପୋଡପଦର ରାଜସ୍ୱ ନିରୀକ୍ଷକ ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।