ରାଜପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଡେଙ୍ଗୁ ପାଇଁ ସଚେତନତା ବୈଠକ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅଧିନ ରାଜପୁର ପଞ୍ଚାୟତର ରାଜପୁର ଗ୍ରାମରେ ସମାଜସେବୀ ଗଣେଷ ଚନ୍ଦ୍ର ପାଲଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ପାତ୍ର ଡେଙ୍ଗୁରେ ଆକ୍ରାନ୍ତ ହୋଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ସେହି ଦୃଷ୍ଟିରୁ ପଞ୍ଚାୟତ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତ । ତାହାକୁ ନେଇ ଏକ ସଚେତନତା ସଭା ଗତକାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମମତା ରାଣୀ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା, ସମସ୍ତ ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟା, ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସମସ୍ତ ସ୍ଵୟଂ ସହାୟିକା ଗୋଷ୍ଠୀର ସଭ୍ୟ ସଭ୍ୟା ଏବଂ ସାମାଜିକ ସଙ୍ଗଠନ ର କର୍ମକର୍ତ୍ତା ମାନଙ୍କୁ ନେଇ ସଚେତନତା ବୈଠକ ହେବା ସହିତ ପୂର୍ବତନ ସରପଞ୍ଚ ଦିଲ୍ଲୀପ ପରିଡ଼ା, ଲାଇଫ୍ ସଙ୍ଗଠନର ସମ୍ପାଦକ ତ୍ରିଲୋଚନ ଗିରି ଉପସ୍ଥିତ ହୋଇ ଡେଙ୍ଗୁ ରୋଗର ଭୟଭୟତା ବିଷୟରେ ସମସ୍ତଙ୍କୁ ଆଲୋକପାତ କରିଥଲେ ଓ ଆଗାମୀ ଦିନରେ ପଞ୍ଚାୟତର ସମସ୍ତ ୱାର୍ଡ଼ ସ୍ତରରେ ସଚେତନତା ସହିତ ସଫେଇ କାର୍ଯ୍ୟ କରାଯିବାର ଆବଶ୍ୟକତା ଅଛି ବୋଲି ଉପସ୍ଥିତ ବୈଠକରେ ମତ ପ୍ରକାଶ ପାଇଥିଲା ଓ ସିଦ୍ଧାନ୍ତ ମଧ୍ୟ ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ ବିଜୟା ପଣ୍ଡା, ଅଙ୍ଗନୱାଡ଼ି କର୍ମୀ ମାମୀ ରାଣୀ ମହାନ୍ତି, କନକ ଲତା ଦେ, ଛବି ରାଣୀ ପରିଡ଼ା, ସମାଜସେବୀ ଉତ୍ତମ ପାତ୍ର, କୁଶ ମହାଳିକ, ନବୀନ ମାରାଣ୍ଡି, ସୋମା ପାତ୍ର, ସେକ୍ ଇସ୍ମାଇଲ, ସେକ ଇନାମୁଲ, ସନ୍ଧ୍ୟା ରାଣୀ ଜେନା, ସମାଜସେବିକା ଶାନ୍ତି ଲତା ଖଟୁଆ, ଛବି ରାଣୀ ପାତ୍ର, ସଂଯୁକ୍ତା ପ୍ରଧାନ, ନେଶାରାନ ବିବି, ଲକ୍ଷ୍ମୀପ୍ରିୟା ମହାନ୍ତି, ତପସ୍ଵିନୀ ମହାନ୍ତି, ସୁଶୀଳା ବେହେରା, ଲକ୍ଷ୍ମୀପ୍ରିୟା ମଣ୍ଡଳ, ସସ୍ମିତା ସୈନିକ, ରଶ୍ମିତା କୁଣ୍ଡ, ତ୍ରିଲୋଚନ ମହାନ୍ତି, ଦୀପକ ପ୍ରଧାନଙ୍କ ସହିତ ଅନ୍ୟ ବହୁ ବ୍ୟକ୍ତି ସଭାରେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା