ରାଜନୈତିକ ଦଳ ଏବଂ ପ୍ରାର୍ଥୀକୁ ନେଇ ପର୍ଯ୍ୟବେକ୍ଷକଙ୍କ ବୈଠକ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ପ୍ରତନିଧି, ନିର୍ବାଚନକୁ କିପରି ସ୍ଵଛ, ଅବାଧ ଓ ନିରପେକ୍ଷ ହୋଇପାରିବ ସେଥିପାଇଁ ସାଧାରଣ ପର୍ଯ୍ୟବେକ୍ଷକ ବିଶ୍ଵମୋହନ ରାୟ, ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନ ସିଂ ଦ୍ୱାରା ରାଜନୈତିକ ଦଳର ପ୍ରତିନିଧି ଏବଂ ଜିଲ୍ଲା ପରିଷଦର ପ୍ରାର୍ଥୀମାନଙ୍କୁ ନେଇ ଏକ ବୈଠକ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳିନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଧକ୍ଷତା କରିଥିଲେ l ସାଧାରଣ ପର୍ଯ୍ୟବେକ୍ଷକ, ଜିଲାରେ ହେବାକୁ ଥିବା ନିର୍ବାଚନ କିପରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦେଶାବଳି ଅନୁସାରେ କରାଯିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ସେହି ପରି ଖର୍ଚ୍ଚ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ସୀମା ଉପରେ ସମସ୍ତଙ୍କୁ ଅବଗତ କରିବା ସହ ନିର୍ବାଚନ ଅଧିକାରୀଙ୍କ ପାଖରେ ପ୍ରତିଦିନ ଖର୍ଚ୍ଚର ପରିମାଣକୁ ଉପସ୍ଥାପନା କରିବା ପାଇଁ ଆଲୋଚନା କରିଥିଲେ l ଜିଲ୍ଲାପାଳ ଶ୍ରୀ ପଣ୍ଡା ଜିଲାରେ କିପରି ଶାନ୍ତିଶୃଙ୍ଖଳାରେ ନିର୍ବାଚନର କାର୍ଯ୍ୟ ସରିବ ସେଥିପାଇଁ ସମସ୍ତଙ୍କୁ ସହଯୋଗ ଲୋଡିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଏ ଏସପି ବାମଦବେ ସିଂ, ଡିପିଓ ଉଲାସ ସେଠି, ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l   

ରିପୋର୍ଟ : କୃଷ୍ଣ କୁମାର ବେହେରା