ରମେଶ ଜେନାଙ୍କୁ ଜିଲ୍ଲା କଂଗ୍ରେସର ସଭାପତି ନିଯୁକ୍ତ : କର୍ମୀ ମହଲରେ ଉଲ୍ଲାସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସର ଯୁବ ନେତା ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ଜିଲ୍ଲା କଂଗ୍ରେସର ସଭାପତି ଭାବେ ମନୋନୀତ କରାଯାଇଛି । ରମେଶ ଜେନାଙ୍କୁ ଜିଲ୍ଲା କଂଗ୍ରେସର ସଭାପତି ନିଯୁକ୍ତି ଖବର ମିଳିବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ, ଧରାକୋଟ ବ୍ଲକର ସମସ୍ତ ପଞ୍ଚାୟତର କଂଗ୍ରେସ କର୍ମୀ ଏବଂ ସମର୍ଥକ ମହଲରେ ତଥା ଜିଲ୍ଲା କଂଗ୍ରେସର ଖୁସିର ଲହରୀ ଖେଳି ଯାଇଛି । ସୂଚାନପ୍ରାପ୍ତ ଯେ, ରମେଶ ଜେନା ବ୍ୟକ୍ତିଗତ ଭାବରେ ଜଣେ ପରୋପକାରୀ ଓ ସମାଜସେବୀ ଭାବରେ ନିଜ ଅଞ୍ଚଳରେ ବହୁ ଜଣାଶୁଣା ଅଛନ୍ତି । ବହୁ ଦିନ ତଳେ ଦେଖିବାକୁ ମିଳିଥିଲା ସାନଖେମୁଣ୍ଡି ବିଧାୟକଙ୍କ ଶ୍ରଦ୍ଧା, ପ୍ରେମ ଓ ସୌହାର୍ଧ୍ୟରେ ମତି ଯାଉଥିବା ଦୃଶ୍ୟ । ସର୍ବଦା ଲୋକଙ୍କ ଠୁ ଶୁଣିବାକୁ ପାଉଥିଲୁ ବିଧାୟକ ଦୟାଳୁ ଓ ସହାୟତା ପରାୟଣ ବ୍ୟକ୍ତି ଏହାର କିଛି ଦୃଶ୍ୟ ଦେଖିବାକୁ ବି ମିଳିଥିଲା । ବିଧାୟକ ରମେଶ ଜେନା ବର୍ତ୍ତମାନ ନା ଜାତି, ନା ବୁଢ଼ା, ନା ଛୁଆ, ନା ନିଜ ଦଳର ନା ଅନ୍ୟଦଳର ସେ ସମସ୍ତଙ୍କ ସହ ବନ୍ଧୁତ୍ୱର ସମ୍ପର୍କ ସୃଷ୍ଟି କରିଛନ୍ତି ଯାହା ଆମେ ବ୍ରହ୍ମପୁରର କାଳୀ ପୂଜା ସମୟରେ ଦେଖିବାକୁ ପାଇଥିଲୁ ଯେ ସେ ଅନ୍ୟଦଳର ନେତାଙ୍କ ସହ ବେଶ୍ ବନ୍ଧୁତ୍ୱ ସହ ସମୟ ଅତିକ୍ରମ କରିଥିଲେ । ସେ ନିଜ ବିଧାୟକ ପଦର କର୍ତ୍ତବ୍ୟକୁ ବହୁ ନିଷ୍ଠାର ସହ ପାଳନ କରି ଆସୁଛନ୍ତି । ଭାରତକୁ ସ୍ଵାଧୀନ କରିଥିବା କଂଗ୍ରେସ ଆଜି ମଧ୍ୟ ତାର ସେହି ପ୍ରୟାସ ସେହି ପ୍ରେମ ଶ୍ରଦ୍ଧାକୁ ବଜାୟ ରଖିଥିବା ଆଜି ବିଧାୟକ ରମେଶ ଜେନାଙ୍କ ପାଖରୁ ପ୍ରମାଣିତ ହଉଚି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବାରେ ଲାଗିଥିବା ମଧ୍ୟ ଶୁଣିବାକୁ ମିଳିଥିଲା । ଏହାହସ ଶ୍ରୀ ଜେନା କୁଆଡେ କୌଣସି ଖବର ପାଇବା ମାତ୍ର କେ ପ୍ରତ୍ୟେକ ପୀଡ଼ିତ ଲୋକଙ୍କ ଘରକୁ ଯାଇ ସାହାର୍ଯ୍ୟର ହାତ ବଢାଇଥାନ୍ତି ତାହା ମଧ୍ୟ ଦେଖିବାକୁ ମିଳିଥିଲା । ଏହିଭଳି ଯୁବନେତାଙ୍କୁ ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ବ ମିଳିଥିବା ଯୋଗୁଁ ଜିଲ୍ଲାରେ କଂଗ୍ରେସ ପୁଣି ସୁପ୍ତ ଅବସ୍ଥାରୁ ଜାଗ୍ରତ ହୋଇ ପାରିବ ବୋଲି ଜିଲ୍ଲା କଂଗ୍ରେସରେ ଆଶା ଦେଖାଯାଇଛି ଏବଂ ଏହା ବହୁ ଆଗରୁ କରିଥିଲେ ଜିଲ୍ଲା କଂଗ୍ରେସ ଆଉ ଜିଲ୍ଲାରେ କଂଗ୍ରେସର ସଙ୍ଗଠନର କିଛି ଅଗ୍ରଗତି ହୋଇ ପାରି ଥାଆନ୍ତା ବୋଲି ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତାମାନେ ମତବ୍ୟକ୍ତ କରିଛନ୍ତି । ରମେଶଙ୍କ ଏହି ନିଯୁକ୍ତିକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ କର୍ମୀମାନେ ଧନ୍ୟବାଦ ଦେବା ସହ ରମେଶଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାର କଂଗ୍ରେସ ସମ୍ପାଦକ ସୁନିଲ୍ କୁମାର ଚୌଧୁରୀ ମଧ୍ୟ ଶ୍ରୀ ଜେନାଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ତାଙ୍କର ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା