ରଜ ଉପଲକ୍ଷେ ଆମ ଆଶ୍ରମ ସତ୍ୟ ଚେତନା ପକ୍ଷରୁ ଗରିବ ନିଃସହାୟ ଲୋକଙ୍କୁ ବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ବଣ୍ଟନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆମ ଆଶ୍ରମ ସତ୍ୟ ଚେତନା (ବଳରାମ ପୁର ଗଡ଼, ଧର୍ମଶାଳା, ଯାଜପୁର) କର୍ମକର୍ତ୍ତାଙ୍କ ଦ୍ଵାରା ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଖଙ୍କିରା ଓ ଲାଉଳଇର ୧୧ ଜଣଙ୍କୁ ରଜ ପାଇଁ କିଛି ଗରିବ ନିଃସହାୟ ଲୋକଙ୍କ ପାଇଁ ସହଯୋଗର ହାତ ବଢ଼େଇଛି । ଏହି ଅନୁଷ୍ଠାନ ଦୀର୍ଘ ୧୨ ବର୍ଷ ଧରି ଗରିବ ନିଃସହାୟ ଲୋକ ମାନଙ୍କ ଜୀବନର ଟିକେ ଖୁସି ଆଣିବା ପାଇଁ ଅବିରତ ଚେଷ୍ଟା ରତ । ଏହି ଅନୁଷ୍ଠାନ ୧୧୨ ଜଣ ଅସହାୟଙ୍କୁ ରଜ ଉପଲକ୍ଷେ ଲୁଗା ବିସ୍କୁଟ ଓ ଜଣ ପ୍ରତି ୧୦୦ ଟଙ୍କା ପ୍ରଦାନ କରିଛନ୍ତି । କୋଣସି ପ୍ରକାର ସରକାରୀ ସହଯୋଗରେ ଏହି ଅନୁଷ୍ଠାନ ଗରିବ ନିଃସହାୟଙ୍କ ଟିକେ ହସ ପାଇଁ ସମାଜ ବିଭିନ୍ନ ଲୋକଙ୍କ ସହଯୋଗରେ ଆଗକୁ ବଢୁଛି ବୋଲି କୁହାଯାଇଛି । ଏହାସହ ସମାଜରେ ଅନେକ ଲୋକ ଏମାନଙ୍କ ଭରଣ ପୋଷଣ ପାଇଁ ଅଣ୍ଟା ଭିଡିଛନ୍ତି । ଆଶ୍ରମର ମୁଖ୍ୟ ମନୋଜ କୁମାର ଧୀରଙ୍କ ନିର୍ଦ୍ଦେଶରେ ଏହି ଅନୁଷ୍ଠାନର ଅନ୍ୟତମ କର୍ମୀ ମନୋଜ କୁମାର ବ୍ରହ୍ମାଙ୍କ ଦ୍ୱାରା ଗରିବ ମୁହଁରେ ଟିକେ ହସ ଫୁଟେଇବାକୁ ଚେଷ୍ଟା ଏବଂ ସହଯୋଗ କରାଯାଉଥିବା ଜଣାଯାଇଛି । ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ : ଶୁଭମ ପାଣି