ରକ୍ତଦାନ ଶିବିର : ୭୭ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତଭଣ୍ଡାରରେ ରକ୍ତର ଅଭାବ ପୂରଣ ଲାଗି ଜିଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଆଜି ବିଜେପି ୮ନଂ ଜୋନ୍ ସୁବର୍ଣ୍ଣରେଖା ମଣ୍ଡଳ ଅଧିନ ଶ୍ରୀରାମପୁର ପଂଚାୟତର ଗୁରୁଦାସପୁର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଧବଳେଶ୍ୱର ଯୁବକ ସଂଘ ତରଫରୁ ଅନୁଷ୍ଠିତ ଏହି ଶିବିରରେ ମୋଟ ୭୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ବରିଷ୍ଠ ବିଜେପି ନେତା ଜୟନାରାୟଣ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ଉପସଭାପତି ସାବିତ୍ରୀ ଜେନା, ଯୁବନେତା ଦିବ୍ୟକାମ ମହାନ୍ତି, ଜିଲା ଯୁବମୋର୍ଚ୍ଚା ସଂପାଦକ ରାମକୃଷ୍ଣ ସାହୁ ଓ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବକ ସଂଘର ସଭାପତି ମୃତ୍ୟୁଞ୍ଜୟ ମହାନ୍ତି, ସଂପାଦକ ବରେନ୍ଦ୍ର ମହାନ୍ତି, ରବିନ୍ଦ୍ର ଜେନା, ସତ୍ୟବ୍ରତ ମହାନ୍ତି, ସୁଶାନ୍ତ ମହାନ୍ତିଙ୍କ ସହିତ ବିଜେପି ପଞ୍ଚାୟତ ସଭାପତି ପ୍ରଣବ ପଣ୍ଡା, ସଂପାଦକ ସଂଜୀବ ରାଉତ, ଗିରିଜା ଶଂକର ଗିରି ପ୍ରମୁଖ ବହୁ କର୍ମୀ ସହାୟତା କରିଥିଲେ ।

ରିପୋର୍ଟ : ଭୂପତି ପରିଡା