ରକ୍ତଦାନ ଶିବିର : ୩୮ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ମହମ୍ମଦନଗରପାଟଣା ଗ୍ରାମର କଲ୍ୟାଣୀ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସୁଧାଂଶୁ ଶେଖର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ସମାଜସେବୀ ଗୌରୀଶକଂର ପାଣିଗ୍ରାହୀ ଓ ତ୍ରିଲୋଚନ ଦାସ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ମୋଟ ୩୮ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ବେଳେ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସାଧାରଣ ସଂପାଦକ ଇ. ଡ. ହୃଷିକେଶ ସାହୁ, ଡାକ୍ତର ପ୍ରଶାନ୍ତ କୁମାର ଦାସ, କ୍ଲବର ସଭାପତି ଶ୍ରୀନାଥ ପାଢୀ, ସଂପାଦକ କେଦାର ନାଥ ସେନାପତି, ନିତାଇ ଲାଲ ଦେଙ୍କ ସହିତ ସଂଜୟ ସାହୁ, ମନୋଜ ଦାସ, ରବିନ୍ଦ୍ର ସାହୁ, ଶିବଶଂକର ଦାସ, ପ୍ରଦୀପ ଜେନା, ଚନ୍ଦନ ସିଟ୍‌, ଅଜୟ ଦାସ, ଭକ୍ତ ହରିଚନ୍ଦ ଦାସ, ଲାବଣ୍ୟ ଭୂୟାଁ, ଦୀପକ ସେନାପତି, ମୃତ୍ୟୁଞ୍ଜୟ ନାଥ, ଶାନ୍ତିରାମ ଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା