“ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସହିଦ ଯବାନଙ୍କ ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ମେରାମଣ୍ଡଳୀ ଠାରେ “ଯୁବଶକ୍ତି”ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକଙ୍କ ନେତୃତ୍ୱରେ ଭାରତ ଚାଇନା ସୀମାରେ ଦେଶ ପାଇଁ ସହିଦ ହୋଇଥିବା ୨୦ ଜଣ ବିର ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ୟାଣ୍ଡେଲ ଜାଳି ପାଞ୍ଚ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଆଜି ଆମେ ଯଦି ଶାନ୍ତିରେ ନିଶ୍ୱାସ ନେଇ ପାରୁଛେ କେବଳ ଆମ ଦେଶର ବୀର ଯବାନ ମାନଙ୍କ ପାଇଁ । ଆମ ଯବାନ ମାନେ ଦିନ ରାତି ଆମର ସୁରକ୍ଷା ଆମ ଦେଶର ସୁରକ୍ଷା ପାଇଁ ସୀମାରେ ସବୁବେଳେ ଯୋଦ୍ଧା ଭାବରେ ତତ୍ପର ରହିଥାନ୍ତି । ଦେଶ ପାଇଁ ନିଜ ଜୀବନକୁ ମଧ୍ୟ ଜଳାଞ୍ଜଳି ଦେଇଥାନ୍ତି ବୋଲି କୁହାଯାଇ ଯବାନ ମାନଙ୍କୁ ପ୍ରଣାମ କରାଯାଇଥିଲା । ଏହାସହ ଆମ ଭାରତ ବର୍ଷରେ ଚାଇନାର ସମସ୍ତ ସାମଗ୍ରୀକୁ ବ୍ୟାନ କରାଯାଉ ଆମ ରାଜ୍ୟ ଓ ଦେଶର ସାମଗ୍ରୀ ଉପରେ ଆମେ ନିର୍ଭରଶୀଳ ହେବା, ଚାଇନାକୁ ଛାଡି ଅନ୍ୟ ଦେଶ ମାନଙ୍କରେ ଆମେ ବାଣିଜ୍ୟ ବ୍ୟବସାୟ କରି ପାରିବା, ଚାଇନାର ସମସ୍ତ ସାମଗ୍ରୀ ଆମ ଦେଶରେ ବ୍ୟାନ ହେଇ ଯାଉ ଦେଖିବ ଚାଇନା ଠିକ ବାଟକୁ ପଳେଇ ଆସିବ ବୋଲି ସ୍ଲୋଗାନ ଦିଆଯାଇଥିଲା । ଏହି କ୍ୟାଣ୍ଡେଲ ନିରବ ପ୍ରାର୍ଥନାରେ “ଯୁବଶକ୍ତି” ତନ୍ମୟ ପଟ୍ଟନାୟକ, ଆଦିଲ ଖାଁ, ପ୍ରିନ୍ସ କୁମାର, ରମେଶ ସିଂହ, ପ୍ରକାଶ କୁମତ,ରଞ୍ଜନ ଗିରି, ସନ୍ଦିବ ଶୁକ୍ଳା, ଅମୀୟ ସାହୁ, ବବୋଲୁ ସିଂହ, ଜିତେନ୍ଦ୍ର ସାହୁ, ରାଜୁ ସାହୁ, ରୋଷନ କୁମାର ସାମିଲି ହୋଇ ଥିଲେ ।

ରିପୋର୍ଟ : ଶୁଭମ ପାଣି