“ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ରକ୍ତଦାନ ଶିବିର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ବାରିହାପୁର ଉ:ପ୍ରା ବିଦ୍ୟାଳୟ ଠାରେ “ଯୁବଶକ୍ତି”ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବନେତା ଅସିତ କୁମାର ରାୟ ଚୌଧୁରୀ ପ୍ରଥମେ ବୃକ୍ଷରୋପଣ କରିବା ସହ ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ପ୍ରଥମେ କୋଟି କୋଟି ପ୍ରଣାମ ଜଣାଇବା ସହ ଆହ୍ୱାନ ଦେଇ କହିଥିଲେ ଆଜିର ଦିନରେ ଯୁବପିଢ଼ିଙ୍କ ଭିତରେ ରକ୍ତଦାନ ଏକ ବିପ୍ଳବ ସୃଷ୍ଟି କରି ଅଛି । ଆସନ୍ତୁ ଆଜି ଠାରୁ ଆମେ ସମସ୍ତେ ଶପଥ ନେବା ରକ୍ତ ଅଭାବରୁ କାହାରି କି ମରିବା ପାଇଁ ଦେବା ନାହିଁ । ଆମେ ସମସ୍ତେ ରକ୍ତଦାନ କରି ନୂତନ ଜୀବନ ଦାନ ଦେବା ପାଇଁ ଯୁବ ବର୍ଗଙ୍କୁ ଆହ୍ୱାନ ଦେଇଥିଲେ । ଏହି ରକ୍ତଦାନ ଶିବିରର ମୁଖ୍ୟ ଅତିଥି ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ସମସ୍ତ ରକ୍ତଦାତାଙ୍କୁ ସାଧୁବାଦ ଜଣେଇ ଥିଲେ । ଏହି କରୋନା ମହାମାରୀ ସମୟରେ ରକ୍ତର ଘୋର ଆବଶ୍ୟକତା ରହିଛି । ରକ୍ତଦାନ ମହପୁରଣ୍ୟ ସମସ୍ତେ ରକ୍ତଦାନ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ରକ୍ତଦାନ ଶିବିରରେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ, ପରଜଙ୍ଗ ତହସିଲଦାର ମାଜିଷ୍ଟ୍ରେଟ ଜୟନ୍ତ କୁମାର ଜୟ ସିଂ, ପରଜଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ସାହୁ, ଡାକ୍ତର ଅଭିଷେକ ଦ୍ବିବେଦି, ବିଜେଡି ଜିଲ୍ଲା ସମ୍ପାଦକ ଭୁପେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ବାରିହାପୁର ମହାବିଦ୍ୟାଳୟର ପ୍ରିନ୍ସପାଲ ନରେନ୍ଦ୍ର କୁମାର ପଣ୍ଡା, ଅଧ୍ୟାପକ ଶାରଦା ପ୍ରଶ୍ନ କବି, ବାରିହାପୁର ହାଇ ସ୍କୁଲ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ମାର୍କଣ୍ଡ ଖୁଣ୍ଟିଆ, ସୁବୋଧ କୁମାର ସାହୁ, ତାଳଚେର ସର୍ବାଧିକ ରକ୍ତଦାତା ଶାନ୍ତନୁ କୁମାର ସାହୁ, କାମାକ୍ଷାନଗର ସର୍ବାଧିକ ରକ୍ତଦାତା ସୁମନ୍ତ କୁମାର ଜେନା, ଢେଙ୍କାନାଳ ସର୍ବାଧିକ ରକ୍ତଦାତା ରଞ୍ଜନ କୁମାର ନାୟକ, ତାଳଚେରର ସମାଜସେବୀ ବିଭୁତି ସାହୁ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ବାରିହାପୁର ସରପଞ୍ଚ ଦୁଷ୍ମନ୍ତ ନାଏକ, ସମାଜସେବୀ ନରେନ୍ଦ୍ର ବିଶ୍ୱାଳ, ତ୍ରିନାଥ ସାହୁ, “ଯୁବଶକ୍ତି” ଜ୍ଞାନ ରଞ୍ଜନ ସାହୁ, ଟୁଟୁ ମହାଳିକ, ଶୀତଲ ପ୍ରଧାନ, ବିଭେସ ରୋଶନ ସାହୁ, କୁନାଲ ବିଶ୍ୱାଳ, ସତ୍ୟଜିତ ନାୟକ, ଅନୀଲ ସାହୁ ସାମିଲ ହୋଇ ଥିଲେ ।