“ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ସମ୍ମାନ ନିମନ୍ତେ ନିରବ ପ୍ରାର୍ଥନା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ମେରାମଣ୍ଡଳୀ ଠାରେ “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଗତ ପାଞ୍ଚ ମାସ ଧରି କରୋନା ମହାମାରୀ ସମୟରେ ନିଜର ବହୁମୂଲ୍ୟ ଜୀବନକୁ ବାଜି ଲଗେଇ ନିରନ୍ତର ସେବା ଯୋଗାଇ ଆସୁଥିବା ଡାକ୍ତର ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ସଫେଇ କର୍ମଚାରୀ, ଦମକଳ ବାହିନୀ, ସମସ୍ତ ପ୍ରଶାସନିକ ଅଧିକାରୀ, ମିଡ଼ିଆ ପ୍ରତିନିଧି, ସମାଜସେବୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ପ୍ଲାଜମା ଦାନ କରିଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କ ସମ୍ମାନରେ “ଯୁବଶକ୍ତି”ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକଙ୍କ ନେତୃତ୍ୱରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ସୁରକ୍ଷିତ ଜୀବନ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l ଆସନ୍ତୁ ଆଜି ଠାରୁ ଆମେ ସମସ୍ତେ ସପଥ ନେବା କୋଭିଡ ଯୋଦ୍ଧରେ ଆମ ସୁରକ୍ଷା ଆମ ପରିବାର ସୁରକ୍ଷା ପାଇଁ କୋଭିଡ ନିୟମାବଳୀ କଡାକଡି ଭାବରେ ପାଳନ କରିବା କୌଣସି ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବା ନାହିଁ ସବୁବେଳେ ସମ ଦୂରତା ଅବଲମ୍ବନ କରିବା ଆମ ସୁରକ୍ଷା ଆମ ନିଜ ହାତରେ, କୋଭିଡ ଯୋଦ୍ଧା ଓ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବା ବୋଲି ଶପଥ ନେଇଥିଲେ l ଆଜିର ଏହି ନିରବ ପ୍ରାର୍ଥନାରେ “ଯୁବଶକ୍ତି”ର ଚିତ୍ତ ରଞ୍ଜନ ସାହୁ, ପ୍ରିନ୍ସ ମିଶ୍ର, ଅଭିଷେକ କୁମାର, ପ୍ରେମାନନ୍ଦ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ l

ରିପୋର୍ଟ : ଶୁଭମ ପାଣି