ଯଦୁନାଥ ସୀମାନ୍ତ ଉଚ୍ଚ ବିଦ୍ୟାଳୟ, ଗୋବରଘଟାର କଳା ଶିକ୍ଷକ ବିଶ୍ଵହରି ସାହୁଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଯଦୁନାଥ ସୀମାନ୍ତ ଉଚ୍ଚ ବିଦ୍ୟାଳୟ, ଗୋବରଘଟାର କଳା ଶିକ୍ଷକ ବିଶ୍ଵହରି ସାହୁଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଜି ୧୧ ଘଟିକା ସମୟରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ରାମକୃଷ୍ଣ ଦତ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ବରେଣ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାର ଓଷ୍ଟାର ସମ୍ପାଦକ ମନୋରଞ୍ଜନ ଦାସ, ଜଳେଶ୍ଵର ଓଷ୍ଟାର ସମ୍ପାଦକ ଡଃ ଅଜିତ କୁମାର ମହାନ୍ତି, ରାଇବଣିଆ ଓଷ୍ଟାର ସମ୍ପାଦକ ବଂଶୀଧର ବାରିକ, ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ଅନନ୍ତ କୁମାର ଘୋଷ, ପୂର୍ବତନ ସଭାପତି ଉଦୟ ନାରାୟଣ ପଣ୍ଡା, ଓଷ୍ଟା ଜଳେଶ୍ଵରର ଉପ ସଭାପତି କେଶବ ଚନ୍ଦ୍ର ପରିଡ଼ା, ଆଲୁମିନି କମିଟିର ସଭାପତି ଜଗନ୍ନାଥ ପରିଡ଼ା, ରାମକୃଷ୍ଣ ବିଶ୍ବାଳ, ସମ୍ପାଦକ ଚନ୍ଦନ କୁମାର କର, ହରିପଦ ଭୂୟାଁ, ହରେନ୍ଦ୍ର ମହାନ୍ତ, ଶ୍ରୀନିବାସ ପ୍ରଧାନ, ମଞ୍ଚ ପରିଚାଳନା ଅମଳେନ୍ଦୁ ରାଉତ କରିଥିଲେ । ସରପଞ୍ଚ ମିନତି କର, ସଦସ୍ୟ ନାଥୁରାମ ହେମ୍ବ୍ରମ, ଜୟନାରାୟଣ ପ୍ରଧାନ, ଦେବେନ୍ଦ୍ର କର, କନକଲତା ବିଶ୍ବାଳ, ଶିଶିର ଭୂୟାଁ ସିଆରସିସି ସୁବେଶ ପ୍ରଧାନ, ବିଆରସିସି ସୁଶାନ୍ତ କୁମାର ଜେନା, ସିଆରସିସି ପଙ୍କଜ କୁମାର ଜେନା, ଅରୁଣ ସିଂହ, ମୂରଲୀ ମୋହନ ଘୋଷ, ରଘୁନାଥ ଘୋଷ, ଓଷ୍ଟା ଜଳେଶ୍ଵର ସମ୍ପାଦକ ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର,ଛାତ୍ରୀ, ଆଲୁମିନି କମିଟିର ସଦସ୍ୟ ମାନଙ୍କ ତରଫରୁ ଉତ୍ତରୀୟ ଓ ସମ୍ବର୍ଦ୍ଧନା ପତ୍ର, ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା । ଶେଷରେ ଶିକ୍ଷକ ଅମୂଲ୍ୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା