ମ୍ୟୁନସିପାଲଟିର ଅସହାୟ ବୃଦ୍ଧଙ୍କ ମୃତ୍ୟୁରେ କାନ୍ଧ ଦେଲେ ଜଳେଶ୍ଵର ଆଇଆଇସି ଓ ସ୍ଵେଚ୍ଛାସେବୀ ସଂଗଠନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନସିପାଲଟି ଅଧିନସ୍ଥ ପଥରପୁରା ଗ୍ରାମର ପଦାସାହିରେ ଶ୍ୟାମ ମୁର୍ମୁ ନାମକ ଏକ ଅସହାୟ ବୃଦ୍ଧ ରହି ଆସୁଥିଲା ବେଳେ ତାଙ୍କର ୭ ବର୍ଷର ଝିଅଟିଏ ବ୍ୟତୀତ କେହି ନାହାନ୍ତି l ଆଜି ସକାଳ ସମୟରେ ଶ୍ୟାମ ମୁର୍ମୁର ମୃତ୍ୟୁ ଘଟି ଥିଲା l ତାଙ୍କୁ କାନ୍ଧ ଦେବାକୁ ଏବଂ ଶବ ସତକାର କରିବାକୁ କେହି ନ ଥିବା ବେଳେ ଖବର ପାଇ ତାଙ୍କ ଘରେ ଜଳେଶ୍ୱର ଆଇ.ଆଇ.ସି, ମାନସ କୁମାର ଦେଓ ଏବଂ “ମେ.ଆଇ ହେଲ୍ପ ୟୁ ମୋ ପରିବାର” ଏବଂ “ହେଲ୍ପ ଫୋର ୟୁ” ଦୁଇଟି ସଂଗଠନ ସହ ବିଜେଡି ଯୁବ ନେତା କାଳିଚରଣ ଦାସ, ମାନସ ରଞ୍ଜନ ଧଳ, ଶୁଭାଶିଷ ରାଉଳ, ପ୍ରଶାନ୍ତ ବେହେରା, ମହାପ୍ରସାଦ ପାତ୍ର, ସୁରଜ୍ ଧଳ ଓ ଅନ୍ୟ କର୍ମ କର୍ତ୍ତା ସେଠାରେ ପହଁଞ୍ଚି ଥିଲେ l ଆଇ.ଆଇ.ସି ମାନସ କୁମାର ଦେଓ ଶବକୁ କାନ୍ଧ ଦେବା ସହିତ ଶବଟିର ସତ୍କାର କରିଥିଲେ, ଯାହାକି ଆଇ.ଆଇ.ସି ଙ୍କର ଏଭଳି ବିଭିନ୍ନ ସେବା ମୂଳକ କାର୍ଯ୍ୟକୁ ଜଳେଶ୍ଵର ଅଞ୍ଚଳବାସି ଦେଖି ବୁଦ୍ଧିଜୀବି ମହଲରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି l